ରାଜ୍ୟ

‘ ରାଜ୍ୟର ଋଣବୋଝ ୧ଲକ୍ଷ କୋଟି ଟପିବ’

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାର ଅନୁମୋଦିତ ନିୟମ ମଧ୍ୟରେ ରହି ଋଣ କରୁଛନ୍ତି ଓ ଏବେ ଆହୁରି ଅଧିକ ଋଣ କରିବାର କ୍ଷମତା ଓଡ଼ିଶାର ଅଛି ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି। ତେବେ ଆସନ୍ତା ମାସ ୩୧ତାରିଖ ସୁଦ୍ଧା ରାଜ୍ୟର ଋଣବୋଝ ୮୭,୬୫୦କୋଟି ଟଙ୍କାରେ ପହଞ୍ôଚବ ବୋଲି ବଜେଟରେ ଆକଳନ କରାଯାଇଥିବାବେଳେ ୨୦୨୦ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଏହା ଲକ୍ଷେ କୋଟି ଟଙ୍କା ଟପିବ। ତେବେ ଏହା ରାଜ୍ୟର ମୋଟ ଜିଡିପିର ମାତ୍ର ୧୯.୨% ହେବ ଓ ୨୫% ପର୍ଯ୍ୟନ୍ତ ଋଣ କରିବାର ଅନୁମୋଦିତ ନିୟମ ଓଡ଼ିଶା ସରକାରଙ୍କ ରହିଛି ବୋଲି ଅର୍ଥ ସଚିବ ଅଶୋକ କୁମାର ମୀନା କହିଛନ୍ତି।
ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର ଲେଖାନୁଦାନ(କାମଚଳା ବଜେଟ) ଆଗତ ହେବାପରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ଅର୍ଥ ସଚିବ ଶ୍ରୀ ମୀନା  ମିଳିତ ଭାବେ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ୨୦୧୮ ଡିସେମ୍ବର ସୁଦ୍ଧା ରାଜ୍ୟର ଋଣଭାର ୭୯,୭୮୯କୋଟି ଟଙ୍କା ଥିଲା । ଯାହାକି ୨୦୧୯ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୮୭,୬୫୦କୋଟିରେ ପହଞ୍ôଚବ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେବଳ ଖୋଲା ବଜାରରୁ ୧୪,୬୫୦କୋଟି ଟଙ୍କା ଉଠାଇଛନ୍ତି। ଜିପିଏ‘ ଓ ଅନ୍ୟାନ୍ୟ ସୂତରୁ ମଧ୍ୟ ସରକାର ଋଣ ଉଠାଣ କରିଛନ୍ତି। ତେବେ ସରକାର ଯୁକ୍ତି ବାଢ଼ିଛନ୍ତି ଯେ ରାଜ୍ୟର ମୋଟ ଘରୋଇ ଉତ୍ପାଦନ(ଜିଏସଡିପି) ୫ଲକ୍ଷ ୪୦ହଜାର ୮୧୨ କୋଟି ଟଙ୍କା ହେବ। ତେଣୁ ଲକ୍ଷେ କୋଟି ଟଙ୍କା ଋଣ ହେଲେ ମଧ୍ୟ ତାହା ଜିଏସଡିପିର ୧୯.୨ ପ୍ରତିଶତ ମଧ୍ୟରେ ରହିବ ବୋଲି ସରକାର ଆକଳନ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version