ରାଜ୍ୟ

ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା : ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମହାକାଳପଡ଼ାବାସୀ

Posted on

ଭୁବନେଶ୍ୱର : ରାଜ୍ୟର ପ୍ରଥମ ନଦୀଭିତିକ ବନ୍ଦରକୁ ମହାକାଳପଡ଼ାର ଆଖଡ଼ାସାହିରେ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବାରୁ ସେଥିପାଇଁ ମହାକାଳପଡ଼ାବାସୀଙ୍କ ତରଫରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜି ପୂର୍ବାହ୍ଣରେ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ୫୦୦ରୁ ଊଦ୍ଧ୍ୱର୍ ଏକ ପ୍ରତିନିଧି ଦଳ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଥିଲେ।
ବିଧାୟକ ଶ୍ରୀ ନାୟକଙ୍କ ସମେତ ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା ସୀତାଲତା ପରିଡ଼ା, ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ସସ୍ମିତା ବରାଳ, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଗାହାଣ, ନଳିନୀପ୍ରଭା ଚୌଧୁରୀ, କବିତା ମଲ୍ଲିକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ଛାତ୍ର ବିଜେଡି ରାଜ୍ୟ କର୍ମକର୍ତ୍ତା ରାକେଶ ମହାପାତ୍ର, ମାର୍ଶାଘାଇ ବ୍ଲକ ଉପାଧ୍ୟକ୍ଷା ମମତା ପ୍ରଧାନ, ମହାକାଳପଡ଼ା ବ୍ଲକ ଆତ୍ମା ଅଧ୍ୟକ୍ଷ ଅଶୋକ ମହାପାତ୍ର, ମାର୍ଶାଘାଇ ବ୍ଲକ ସଭାପତି ସଂଜୟ କୁମାର ଲେଙ୍କା, ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିୟରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ନିଷ୍ପତ୍ତି ଅନୁଯାୟୀ ବନ୍ଦର ପାଇଁ ପ୍ରଥମ ପର୍ଯ୍ୟାୟରେ ୨୧୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜାନୁଆରୀ ୨୦୧୯ ସୁଦ୍ଧା ଏହି କାର୍ଯ୍ୟ ଆରମ୍ଭ ହେବ।ପିପିପି ମୋଡ୍‍ରେ ହେବାକୁ ଥିବା ଏହି ବନ୍ଦରରେ ୪ ହଜାରରୁ ଅଧିକ ବ୍ୟକ୍ତିଙ୍କ ଲାଗି ନିଯୁକ୍ତିର ସୁଯୋଗ ରହିଥିବା ସୂଚନା ମିଳିଛି।ଏହି ବନ୍ଦର ପ୍ରତିଷ୍ଠା ହେଲେ ମହାକାଳପଡ଼ା ସମେତ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ ଉନ୍ନତି ସାଧିତ ହେବ ବୋଲି ବିଧାୟକ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version