Latest

ବନାନ୍ତୁ ମଟନ ରେସିପି

Posted on

ଯେତେବେଳେ ମଟନ କଥା ଆସେ ପାଟିରୁ ଆପେ ଆପେ ଲାଳ ବାହାରିଆସେ। ଏମିତି ମଟନ ପ୍ରେମୀଙ୍କ କ୍ଷେତ୍ରରେ ନିଶ୍ଚୟ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ମଟନ ରେସିପି ବନାଇବାର ତରିକା ଜଣାଇବୁ। ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
ମଟନ୍‌ ପିସ୍‌
ଏକ କପ୍‌ ତେଲ
୨ କପ୍‌ ପିଆଜ (କଟା ହୋଇଥିବା)
୨ ଟେବୁଲ ଚାମଚ ଅଦା
ଏକ ଟେବୁଲ ଚାମଚ ଧନିଆ ପାଉଡର
୧ ଚାମଚ ଲାଲ ଲଙ୍କା ପାଉଡର
୧/୪ ଚାମଚ ଡାଲଚିନି ପାଉଡର
୨ ଚାମଚ ଲୁଣ
୬ଟି ଲବଙ୍ଗ
୬ ବଡ ଅଳେଇଚ
୧/୪ କପ୍‌ ଲେମ୍ବୁ ରସ
୧/୨ କପ୍‌ ଧନିଆ ପତ୍ର
ଗାର୍ନିସ କରିବା ବା ସଜାଇବା ପାଇଁ ପୋଦିନା ପତ୍ର
ପ୍ରସ୍ତୁତି ପ୍ରଣାଳୀ
• ତେଲକୁ ଗରମ କରନ୍ତୁ ଏବଂ ଏଥିରେ ପିଆଜ ପକାଇ ଗୋଲଡେନ ବ୍ରାଉନ ହେବା ଯାଏଁ ଭାଗନ୍ତୁ।
• ଏଥିରେ ଅଦା ରସୁଣ ପେଷ୍ଟ, ହଳଦି ଏବଂ ଧନିଆ ପାଉଡର ପକାଇ ଭାଜି ଦିଅନ୍ତୁ।
• ଏହାପରେ ମଟନ ପକାଇ ୬ କପ୍‌ ପାଣି ଦେଇ ଦିଅନ୍ତୁ ଏବଂ ଫୁଟିବା ପାଇଁ ଛାଡନ୍ତୁ।
• ଏହାପରେ ଆଞ୍ଚକୁ ଧୀମା କରିଦିଅନ୍ତୁ। ଧୀମା ଆଞ୍ଚରେ ଏହାକୁ ୨ ଘଣ୍ଟା ପର୍ଯ୍ୟନ୍ତ ସିଝିବାକୁ ଛାଡନ୍ତୁ।
• ଯେତେବେଳେ ଆପଣଙ୍କୁ ଲାଗିବ ଯେ ମଟନ୍‌ ନରମ ହୋଇଆସିଲାଣି ସେତେବେଳେ ସେଥିରେ ଲେମ୍ବୁ ରସ ପକାଇ ଦିଅନ୍ତୁ।
• ଏହାପରେ ଏଥିରେ ଧନିଆ ପତ୍ର ପକାଇ ୫ ମିନିଟ୍‌ ଆଉ ଥରେ ଆଞ୍ଚରେ ବସାଇ ଦିଅନ୍ତୁ।
• ଏଥିରେ ପୋଦିନା ବତ୍ର ପକାଇ ଏହାକୁ ଗରମା ଗରମ ସର୍ଭ କରନ୍ତୁ।

Leave a Reply

Your email address will not be published. Required fields are marked *

Most Popular

Exit mobile version