Latest

ଘରେ ବନାନ୍ତୁ ସ୍ୱାଦିଷ୍ଟ ଦହି-ପନୀର ମସଲା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):
ଆବଶ୍ୟକ ସାମଗ୍ରୀ: ପନୀର, ଦହି, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ତେଲ, କସ୍ତୁରୀ ମେଥି, କାଜୁ, ଧନିଆ ପାଉଡର, କଞ୍ଚାଲଙ୍କା, କ୍ରିମ, ପୁଦିନା ପତ୍ର ଓ ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନୀରକୁ କ୍ୟୁବ୍ ସାଇଜ୍‌ରେ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ। ଏହାପରେ ଏକ ବାଉଲରେ ରିଫାଇନ୍ ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, କସ୍ତୁରୀ ମେଥିକୁ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ। ସେଥିରେ ପନୀରକୁ ଭଲ ଭାବେ ଗୋଳାଇ ମ୍ୟାରିନେଟ୍ କରି ଦିଅନ୍ତୁ।
ଏହାପରେ ଏକ ପ୍ୟାନ୍‌ରେ ତେଲ ଗରମ କରି ପନିରକୁ ହାଲକା ଫ୍ରାଏ କରି ଦିଅନ୍ତୁ। ପରେ ସେହି ପ୍ୟାନ୍‌ରେ ତେଲ ଗରମ କରି ଶୁଖିଲା ଲଙ୍କା, ଛୋଟ ଛୋଟ ହୋଇ କଟା ହୋଇଥିବା ଅଦା ଓ ଗୁଜରାତିକୁ ଛୋଟ ଛୋଟ କରି ପକାନ୍ତୁ। ଏବେ ସେଥିରେ ଅଳ୍ପ ପାଣି ଦିଅନ୍ତୁ।

ଅନ୍ୟ ଏକ ପାତ୍ରରେ ଦହି ନେଇ ସେଥିରେ ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ପାଉଡର ଓ ସିଝା କାଜୁ ପେଷ୍ଟକୁ ଭଲ ଭାବେ ମିଶାନ୍ତୁ। ଏହି ଘୋଳକୁ ତେଲ ଗରମ ଥିବା ପ୍ୟାନରେ ପକାଇ ଭଲ ଭାବେ ଘାଣ୍ଟନ୍ତୁ। ମସଲା ଭଲ ଭାବେ କଷି ହେବା ପରେ ସେଥିରେ ପାଣି ଓ ଲୁଣ ଦିଅନ୍ତୁ। ଏବେ ସେଥିରେ କଞ୍ଚାଲଙ୍କା ପକାନ୍ତୁ। ତା’ପରେ ପନୀର ପକାଇ ଅଳ୍ପ ସମୟ ପାଇଁ ଫୁଟାଇ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ଦହି ପନୀର।

ଏବେ ତା’ ଉପରେ କିଛି କ୍ରିମ, ପୁଦିନା ଓ ଧନିଆ ପତ୍ର ଦେଇ ସର୍ଭ କରନ୍ତୁ।

Leave a Reply

Your email address will not be published. Required fields are marked *

Most Popular

Exit mobile version