Latest

ଏପରି ବନାନ୍ତୁ ମଖନ୍ ସୋୟାବିନ୍ ତରକାରୀ

Posted on

ଆବଶ୍ୟକ ସାମଗ୍ରୀ

୨ କପ୍ ସୋୟାବିନ୍‌
୧ କପ୍ ଲହୁଣୀ
୧/୨ କପ୍ ମଟର
୧ କପ୍ ଆଳୁ (ଛୋଟ କଟା ହୋଇଥିବା)
୪ଟି ପିଆଜ (ଛୋଟ କଟା ହୋଇଥିବା)
୨ଟି ଟମାଟୋ (ଛୋଟ କଟା ହୋଇଥିବା)
୧/୨ ଚାମଚ୍ ଲାଲ ଲଙ୍କା ପାଉଡର
୧/୨ ଚାମଚ୍ ଗରମ ମସଲା
୧ ଚାମଚ ଧନିଆ ପତ୍ର
ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ସୋୟାବିନକୁ ପାଣିରେ ଭିଜାଇ ରଖିଦିଅନ୍ତୁ।
ମିଡିୟମ ଆଞ୍ଚରେ ପ୍ରେସର କୁକରରେ ତେଲ ପକାଇ ଗରମ କରନ୍ତୁ।
ଏବେ ପିଆଜ ପକାଇ ହାଲକା ସୁନେଲୀ ରଙ୍ଗ ହେବା ପର‌୍ୟ୍ୟନ୍ତ ଫ୍ରାଏ କରନ୍ତୁ।
ପିଆଜ ଭାଜି ହୋଇଗଲା ପରେ ଟମାଟୋ ପକାଇ ନରମ ହେବା ପର‌୍ୟ୍ୟନ୍ତ ଭାଜନ୍ତୁ।
ଏବେ ଲାଲ ଲଙ୍କା ପାଉଡର ଏବଂ ଗରମ ମସଲା ପକାଇ ହାଲକା ଭାଜି ଦିଅନ୍ତୁ।
ଏହାପରେ ଆଳୁ ଏବଂ ମଟର ପକାଇ ୨ ମିନିଟ ପର‌୍ୟ୍ୟନ୍ତ ପକାନ୍ତୁ
୨ ମିନିଟ୍ ପରେ ଏଥିରେ ପାଣି, ଲହୁଣୀ, ସୋୟାବିନ୍ , ଲୁଣ ଏବଂ ଧନିଆ ପତ୍ର ପକାଇ କୁକରର ଢ଼ାଙ୍କୁଣି ଦେଇ ୨ଟି ସିଟି ଆସିବା ପର‌୍ୟ୍ୟନ୍ତ ଆଞ୍ଚରେ ବସାନ୍ତୁ।
ଦୁଇଟି ସିଟି ମାରିବା ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଏହାକୁ ଏକ ପାତ୍ରକୁ ବାହାର କରିଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ସୋୟାବିନ୍ ମଖନି କରୀ।
ଏହାକୁ ଆପଣ ରାତିରେ ରୁଟି ସହିତ ଖାଇପାରିବେ।

Leave a Reply

Your email address will not be published. Required fields are marked *

Most Popular

Exit mobile version