Latest

ମମିତା ହତ୍ୟା ମାମଲା: ଅପରାଧ ସହ ମୋର କୌଣସି ସମ୍ପର୍କ ନାହିଁ: ନ୍ତ୍ରୀ ଦିବ୍ୟଶଙ୍କର

Posted on

ଭୁବନେଶ୍ବର (ଓଡ଼ିଶା ୱେୟାର) :ମମିତା ହତ୍ୟା ମାମଲାରେ ନିରବତା ଭାଙ୍ଗିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମାଆ ମାଣିକେଶ୍ୱରୀଙ୍କ ଶପଥ ନେଇ କହିଲେ, ଏହି ଅପରାଧ ସହିତ ତାଙ୍କର କୌଣସି ସମ୍ପର୍କ ନାହିିଁ। କିଛି ଗଣମାଧ୍ୟମ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ମମିତା ମେହେରଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ତାଙ୍କୁ ଗଭୀର ଭାବେ ଦୁଃଖିତ କରିଛି। ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ତାଙ୍କୁ ବଦନାମ କରିବା ସହ ତାଙ୍କ ଚରିତ୍ର ସଂହାର ଅଭିଯାନ ଆରମ୍ଭ କରିଛନ୍ତି। ଯାହା ତାଙ୍କ ପରିବାରକୁ ଆଘାତ ଦେଇଛି। ତେଣୁ ତାଙ୍କ ପରିବାର ଦୁଇଟି ଟିଭି ଚ୍ୟାନେଲ ଓ ଗୋଟିଏ ୱେବ ପୋର୍ଟାଲ ନାଁରେ ଫୌଜଦାରୀ ଓ ଦେୱାନୀ ମାନହାନୀ ମକଦ୍ଦମା ଦାୟର କରିଛନ୍ତି।

ସେହି ଗଣମାଧ୍ୟମକୁ ଅପିଲ୍‌ କରିଛନ୍ତି, ଘୃଣ୍ୟ ଅପରାଧକୁ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ପାଇଁ ବ୍ୟବହାର କରନ୍ତୁ ନାହିଁ। ବିରୋଧୀ ଦଳ ମମିତା ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ଆସୁଥିଲେ। ଦିବ୍ୟଶଙ୍କର କହିଛନ୍ତି, ଯଦି ପ୍ରମାଣ ଅଛି ପୋଲିସ କିମ୍ବା କୋର୍ଟରେ ଦାଖଲ କର। ସେ କେବଳ ପଦରୁ ଇସ୍ତଫା ଦେବେ ନାହିଁ ବଂର ସାଧାରଣ ଜୀବନରୁ ସନ୍ୟାସ ନେଇଯିବେ। ସେ ତାଙ୍କ ବିବୃତ୍ତିରେ କହିଛନ୍ତି, ରାଜନୀତିରେ ଯୋଗ ଦେବା ପୂର୍ବରୁ ବାୟୁସେନାରେ ଥିଲେ। ଗୋଟିଏ କଥା ଶିଖିଛନ୍ତି ନିଜକୁ ପଛେ ବଳି ଦେଇଦେବ ହେଲେ ଜଣେ ସାଧାରଣ ନାଗରିକକୁ ଆହତ ହେବାକୁ ଦେବ ନାହିଁ। ରାଜନୀତିରେ ବାୟୁସେନା ଆଦର୍ଶକୁ ସେ ଆପଣେଇଥିବା କହିଛନ୍ତି। ବିଧାୟକ ଓ ବାୟୁସେନା ଅଧିକାରୀ ଭାବରେ ଅନେକ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ଯଦି କୌଣସି ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦେଇଥାଏ ଓ ପରେ ସେଠାରେ ଅପରାଧ ଘଟିଲେ ସେଥିପାଇଁ ତାଙ୍କୁ ଦାୟି କରାଯାଇ ପାରିବ ନାହିଁ ବୋଲି ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version