Latest

ମନିଷ ମୃତ୍ଯୁ ଘଟଣା: ଧଳା କାର ଜବତ, ମିଳୁନି ମୋବାଇଲ ଫୋନ୍‌

Posted on

ଭୁବନେଶ୍ବର, (ଓଡ଼ିଶା ୱେୟାର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ଯୁ ଘଟଣାରେ ରହସ୍ୟର ପେଡି ଖୋଲୁଛି ପୋଲିସ। ଶ୍ୱାସରୁଦ୍ଧ କାରଣରୁ ମନୀଷଙ୍କ ମୃତ୍ୟୃ ଘଟିଥିବା ଜଣାପଡିଛି। ମୃତଦେହ ବ୍ୟବଛେଦ ରିପୋର୍ଟ ପ୍ରାଥମିକ ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି। ତେବେ କିଭଳି ମନିଷଙ୍କ ଶ୍ୱାସରୁଦ୍ଦ ହେଲା ତାହା ପରେ ଜଣାପଡିବ। କାରରେ ହତ୍ୟା ପରେ ପୋଖରୀରେର ଫିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି।
ମନୀଷଙ୍କ ଶରୀରରେ କୌଣସି ବାହ୍ୟ କ୍ଷତ ଚିହ୍ନ ନାହିଁ। ଅନ୍ୟପଟେ ଡାଏଟମ୍‌ ଟେଷ୍ଟ ପାଇଁ ନମୁନା ପଠାଯାଇଛି। ପାକସ୍ଥଳୀରେ ହଜମ ହୋଇ ନ ଥିବା ଖାଦ୍ୟ ନମୁନା ପରୀକ୍ଷା ପାଇଁ ହାଇଦ୍ରାବାଦ ପଠାଯାଇଛି । ଭିସେରା ଓ ଡାଏଟମ ଟେଷ୍ଟ ପାଇଁ ନମୁନା ରାଜ୍ୟ ଫରେନସିକ୍‌ ଲାବକୁ ପଠାଯାଇଛି । ସେପଟେ ମନିଷ ସାଙ୍ଗ ସହିତ ଇନଫୋସିଟିରୁ ଯେଉଁ ଧଳା କାରରେ ଯାଇଥିଲେ ତାକୁ ଜବତ କରିଛି ପୋଲିସ । ତାଙ୍କ ସାଙ୍ଗକୁ ଅଟକ ରଖି ପଚରାଉଚରା ଚାଲିଛି ।

ମନୀଷଙ୍କ ମୃତ୍ୟୁ ପୂର୍ବରୁ ଶେଷ ସିସିଟିଭି ଫୁଟେଜ ଆସିଛି। ରାତି ପ୍ରାୟ ୩ଟା ୨୯ ମିନିଟରେ ସେ ହୋଟେଲ ବାହାରକୁ ଏକୁଟିଆ ଏକ କାର ଆଡକୁ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି। ମାତ୍ର ଏହି କାର୍‌ ଭିତରେ କିଏ ଥିଲେ ଓ କଣ ଘଟିଲା ସେନେଇ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ମନୀଷଙ୍କ ମୋବାଇଲ ଫୋନ୍‌ ମିଳୁନଥିବାରୁ ପୋଲିସ ପାଇଁ ରହସ୍ୟ ବେଦ କରିବାରେ ସମସ୍ୟା ସୃଷ୍ଟି ହୋଇଛି।

ଅନ୍ଯପଟେ ଅଧିକ ତଦନ୍ତ ପାଇଁ ଇନଫୋସିଟି ଥାନା ପୋଲିସ ସାଉଥ୍‌ସିଟି ହୋଟେଲକୁ ସିଲ୍‌ କରିଛି। ହୋଟେଲର ସିିସିଟିଭି ଫୁଟେଜ ଯାଞ୍ଚ ପାଇଁ ହୋଟେଲର ହାର୍ଡ ଡିସ୍କକୁ ଜବତ କରାଯାଇଛି। ଘଟଣା ପୂର୍ବଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୀଷ କିଛି ବ୍ୟକ୍ତିଙ୍କ ସହ ହୋଟେଲରେ ରହିଥିବା ସୂଚନା ମିଳିଥିବାବେଳେ, ହୋଟେଲରୁ ମାତ୍ର ୫୦୦ ମିଟର ଦୂରରେ ଥିବା ପୋଖରୀରୁ ମନୀଷଙ୍କ ମୃତଦେହ ମିଳିଥିଲା । ତଦନ୍ତ ପାଇଁ ସ୍ପେସାଲ ସ୍କ୍ଵାଡ୍‌, ତମାଣ୍ଡୋ ଥାନା ଓ ଇନଫୋସିଟି ଥାନାକୁ ନେଇ ଟିମ୍‌ ଗଠନ କରାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version