Latest

ମନୀଷ ଅନୁରାଗ ହତ୍ୟା ମାମଲା: ଅଭିଯୁକ୍ତଙ୍କର ଲାଏ ଡିଟେକ୍ସନ ଟେଷ୍ଟ

Posted on

ଭୁବନେଶ୍ବର(ଓଡ଼ିଶା ୱେୟାର) : ମନୀଷ ଅନୁରାଗ ହତ୍ୟା ମାମଲାରେ ଖୋଲିବ ଅଧିକ ଗୁମର। ୩ ଅଭିଯୁକ୍ତଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ଏନେଇ ଇନ୍‌ଫୋସିଟି ଥାନା ପୋଲିସ କୋର୍ଟରେ ଆବେଦନ କରିଛି। ଅମ୍ରିତ, ମୁତ୍ୟୁଞ୍ଜୟ ଓ ଦିନେଶଙ୍କର ମିଛଧରା ପରୀକ୍ଷା କରାଇବାକୁ କୋର୍ଟରେ ଆବେଦନ କରାଯାଇଛି।

ପୂର୍ବରୁ ୩ ସାଙ୍ଗଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ହତ୍ୟା ଘଟଣାରେ ଅନେକ ତଥ୍ୟ ହାସଲ କରିଛି ପୋଲିସ। ତେବେ ସେମାନଙ୍କ ବୟାନରେ ତାଳମେଳ ରହିନଥିଲା। ଫଳରେ ଏବେ ମନିଷ ମୃତ୍ୟୁ ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଲାଏ ଡିଟେକ୍ସନ ଟେଷ୍ଟ ଏକମାତ୍ର ବିକଳ୍ପ ହୋଇଥିବାରୁ ପୋଲିସ ଏହି ଉପାୟ ଆପଣାଇଛି। ଗତ ୧୦ ତାରିଖ ଦିନ ତମାଣ୍ଡୋ ଥାନା ଅନ୍ତର୍ଗତ ନମ୍ରକାନି ମନ୍ଦିର ପାଖ ପୋଖରୀରୁ ମନିଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ ।

ତେବେ ମନୀଷ ଅନୁରାଗ ମୃୃତ୍ୟୁର ତିନି ଅଭିଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ବିଶ୍ୱାଳ ଓ ଦୀନେଶ ମହାପାତ୍ରଙ୍କ ମୁହଁରୁ ଗୋଟି ଗୋଟି ସତ ବାହାର କରୁଛି ପୋଲିସ । ରିମାଣ୍ଡରେ ନେଇ ଇନଫୋସିଟି ଥାନାରେ ମାରାଥନ୍‌ ଜେରା କରାଯାଇଛି । ମୃତ୍ୟୁ ରହସ୍ୟର ତଥ୍ୟ ମିଳିସାରିଛି । ଏବେ ପ୍ରମାଣ ସାଉଣ୍ଟିବାରେ ଲାଗିପଡିଛି ପୋଲିସ । ଡେମୋ ଦେଖାଇଛନ୍ତି ତିନି ଅଭିଯୁକ୍ତ ।

ସୂଚନା ଥାଉକି, ନିକଟରେ ମନିଷଙ୍କ ମୃତ୍ୟୁ ପୂର୍ବର ଶେଷ ଫୋନ୍‌ କଲ୍‌ ରେକର୍ଡ ସାମ୍ନାକୁ ଆସିଛି। ଯେଉଁଥିରେ ମୃତ୍ୟୁର ସେହି ରାତିରେ ତାଙ୍କ ମାଆଙ୍କୁ ଫୋନ୍‌ କରିଥିଲେ ମନିଷ। ଉଭୟ ମା ପୁଅ ଅଳ୍ପ ସମୟ ପାଇଁ କଥା ହୋଇଥିଲେ । ମନୀଷ କହିଥିଲେ ୧୫ରୁ ୨୦ ମିନିଟ୍‌ ଭିତରେ ସେ ଘରେ ପହଞ୍ଚିଯିବେ। ତାପରେ ମା ପଚାଇଥିଲେ କୁଆଡେ ଯାଉଛି କି? ଏହାର ଉତ୍ତରରେ ମନୀଷ କହିଥିଲେ ହଁ ମୁଁ ଟିକେ ବାହାରେ ଅଛି। କିନ୍ତୁ ଆଉ ରାତି ୧୨ଟା ପରେ ଫୋନ୍‌ ଉଠାଇନଥିଲେ ମନୀଷ। ଏହାପରେ ମନୀଷଙ୍କ ମୃତ୍ୟୁ ଖବର ଚାରିଆଡେ ପ୍ରଚାର ହୋଇଥିଲା ।

Leave a Reply

Your email address will not be published. Required fields are marked *

Most Popular

Exit mobile version