Latest

ସିଏଏ-ଏନଆରସି ବିରୁଦ୍ଧରେ ବିଶାଳ ସମାବେଶ

ଭୁବନେଶ୍ୱର(ଓଡ଼ିଶା ୱେୟାର):କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ(ସିଏଏ) ସମେତ ଏନଆରସି ଓ ଏନପିଆରକୁ ବିରୋଧ କରି ରାଜଧାନୀ ଭୁବନେଶ୍ୱରରେ ‘ଆମେ ଭାରତବାସୀ’ ବ୍ୟାନର ତଳେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। କଂଗ୍ରେସ, ବାମଦଳ ସମେତ ମୋଟ ୧୮ଟି ସଂଗଠନ ଏହି ସମାବେଶରେ ସାମିଲ ହୋଇ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକୁ ଏକଛତ୍ରବାଦ ଓ ସମ୍ବିଧାନବିରୋଧୀ ବୋଲି ଅଭିହିତ କରିଥିଲେ।

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ(ସିଏଏ) ସମେତ ଏନଆରସି ଓ ଏନପିଆରକୁ ବିରୋଧ କରି ରାଜଧାନୀ ଭୁବନେଶ୍ୱରରେ ‘ଆମେ ଭାରତବାସୀ’ ବ୍ୟାନର ତଳେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। କଂଗ୍ରେସ, ବାମଦଳ ସମେତ ମୋଟ ୧୮ଟି ସଂଗଠନ ଏହି ସମାବେଶରେ ସାମିଲ ହୋଇ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକୁ ଏକଛତ୍ରବାଦ ଓ ସମ୍ବିଧାନବିରୋଧୀ ବୋଲି ଅଭିହିତ କରିଥିଲେ। ଏହାସହିତ ରାଜ୍ୟରେ କ୍ଷମତାସୀନ ବିଜେଡିର ଦୋମୁହାଁ ନୀତିକୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନଥିଲେ।
ଆଜି ପୂର୍ବାହ୍ନରେ ରାମ ମନ୍ଦିର ଛକ ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆ ନିକଟରେ ବିକ୍ଷୋଭକାରୀମାନେ ଏକଜୁଟ ହୋଇ ପିଏମଜି ଛକ ଅଭିମୁଖେ ଏକ ବିଶାଳ ର‌୍ୟାଲିରେ ଆସିଥିଲେ। ଲୋଏର ପିଏମଜିରେ ଏକଜୁଟ ହେବାପରେ ବିକ୍ଷୋଭକାରୀମାନେ ‘ସମ୍ବିଧାନ ବଞ୍ଚାଅ-ଗଣତନ୍ତ୍ର ବଞ୍ଚାଅ-ଦେଶ ବଞ୍ଚାଅ’ ନାଁରେ ଆୟୋଜିତ ସମାବେଶରେ ଭାରତୀୟ ସମ୍ବିଧାନର ଶପଥ ନେଇଥିଲେ। ସମାବେଶରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂଖ୍ୟାଲଘୁ ସମୁଦାୟ ବିଶେଷକରି ମୁସଲିମ ସମୁଦାୟର ଲୋକମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ସମାବେଶରେ ବିଭିନ୍ନ ସଂଗଠନର ନେତାମାନେ କେନ୍ଦ୍ରରେ ବିଜେପି ସରକାରର ଷଡ଼ଯନ୍ତ୍ର ଓ ରାଜ୍ୟରେ କ୍ଷମତାସୀନ ବିଜେଡିର ଦୋମୁହାଁ ନୀତିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଓଡ଼ିଶାରେ ଏନପିଆର ଲାଗୁକୁ ବିରୋଧ କରି ମଧ୍ୟ ଏକ ଦାବିପତ୍ର ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି। ଆଉ ଏନପିଆରକୁ ସଂସଦରେ ବିରୋଧ କରିବା ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରାଯାଇଛି। ଏହି ସମାବେଶରେ ସାମିଲ ହେବାକୁ ଆସିଥିବା କୋରାପୁଟ ଓ ମାଲକାନଗିରି ଅଞ୍ଚଳର ବହୁ ଆଦିବାସୀଙ୍କୁ ପାରମ୍ପରିକ ବେଶଭୂଷାରେ ଦେଖିବାକୁ ମିଳିଥିଲା। ଏହି ଆନ୍ଦୋଳନରେ ବିଭିନ୍ନ ମୁସଲିମ ସଂଗଠନ, ଖ୍ରୀଷ୍ଟିୟାନ,ଆଦିବାସୀ ଓ ଦଳିତ ସଂଗଠନ ସମେତ କଂଗ୍ରେସ ଓ ବାମଦଳକୁ ମିଶାଇ ମୋଟ ୧୮ଟି ସଂଗଠନ ସାମିଲ ହୋଇଥିଲେ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଜୟଦେବ ଜେନା, ସୁରେଶ ରାଉତରାୟଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version