Latest

ମନ୍ତ୍ରୀମାନଙ୍କୁ ମିଳିଲା ପିଏସ୍ : କାହାକୁ କିଏ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମେ’ ୨୯ତାରିଖରେ ପଞ୍ଚମ ପାଳି ସରକାର ଗଠନ ହେବାର ୨୧ଦିନ ପରେ ନୂଆ ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ସଚିବ(ପିଏସ୍ ) ଆବଣ୍ଟିତ ହୋଇଛି। ବିଧାନସଭାର ବଜେଟ୍ ଅଧିବେଶନ ୨୫ରୁ ଆରମ୍ଭ ହେଉଥିବାବେଳେ ମନ୍ତ୍ରୀମାନଙ୍କୁ ପିଏସ୍ ମିଳିନଥିବା ଯୋଗୁ ପ୍ରଶାସନିକ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

କେଉଁ ମନ୍ତ୍ରୀଙ୍କ କିଏ ବ୍ୟକ୍ତିଗତ ସଚିବ

ନିରଞ୍ଜନ ପୂଜାରୀ(ଅର୍ଥ) ଅଞ୍ଜନ କୁମାର ଦାସ
ଅରୁଣ ସାହୁ (କୃଷି) ଦେବାଶୀଷ ସିଂ
ସୁଦାମ ମାର୍ଣ୍ଡି (ରାଜସ୍ୱ) ସରୋଜ କୁମାର ସାହୁ
ନବକିଶୋର ଦାସ(ସ୍ୱାସ୍ଥ୍ୟ) ଚିନ୍ମୟ କୁମାର ଆଚାର୍ଯ୍ୟ
ପ୍ରଫୁଲ୍ଲ କୁମାର ମଲ୍ଳିକ(ଖଣି) କାଳୀପ୍ରସନ୍ନ ମହାପାତ୍ର
ବିକ୍ରମ କେଶରୀ ଆରୁଖ(ଜଙ୍ଗଲ) ଦୀପ୍ତିରଞ୍ଜନ ବେହେରା
ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ଖାଦ୍ୟଯୋଗାଣ) ସରୋଜ କୁମାର ରାଉତ
ପଦ୍ମନାଭ ବେହେରା(ବାଣିଜ୍ୟ ଓ ପରିବହନ) ମନମୋହନ ବାରିକ
ପ୍ରତାପ ଜେନା (ପଞ୍ଚାୟତିରାଜ) ସୁରଞ୍ଜନ ପ୍ରଧାନ
ସୁଶାନ୍ତ ସିଂ (ଗ୍ରାମ୍ୟ ଉନ୍ନୟନ) ପ୍ରଦୀପ କୁମାର ରାଉତ
ଟୁକୁନି ସାହୁ (ମହିଳା ଓ ଶିଶୁ ବିକାଶ) ପ୍ରମୋଦ କୁମାର ମିଶ୍ର
ଅଶୋକ ଚନ୍ଦ୍ର ପଣ୍ଡା ( ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା) ରଶ୍ମୀରଞ୍ଜନ ସାହୁ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ(ପର୍ଯ୍ୟଟନ) ମାନସ ରଞ୍ଜନ ପାଢ଼ୀ
ରଘୁନନ୍ଦନ ଦାସ(ଜଳସମ୍ପଦ) ସୁକାନ୍ତ କୁମାର ପ୍ରଧାନ
ତୁଷାରକାନ୍ତି ବେହେରା(କ୍ରୀଡ଼ା) କୈଳାସ ଚନ୍ଦ୍ର ଦାସ
ଜଗନ୍ନାଥ ସାରକା(ଏସଏସଟି କଲ୍ୟାଣ) ଅରୁପ କୁମାର ସାହୁ
ସମୀର ରଞ୍ଜନ ଦାଶ(ସ୍କୁଲ ଓ ଗଣଶିକ୍ଷା) ପ୍ରଶାନ୍ତ କୁମାର ମହାପାତ୍ର
ପଦ୍ମିନୀ ଦିଆନ୍ (ବୟନ ଶିଳ୍ପ ଓ ହସ୍ତତନ୍ତ) ଏସକେ ଜମିରୁଦ୍ଦିନ
ପ୍ରେମାନନ୍ଦ ନାୟକ(ବୈଷୟିକ ଶିକ୍ଷା) ଗୌରହରି ବେହେରା
ପ୍ରମିଳା ମଲ୍ଲିକ(ସରକାରୀ ମୁଖ୍ୟ ସଚେତକ) ପ୍ରତାପ ଚନ୍ଦ୍ର ହୋତା
ଏମାନଙ୍କ ବ୍ୟତୀତ ଓଏଏସ୍ ପ୍ରବୀର କୁମାର ଖିଲାରଙ୍କୁ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଓଏସଡି ଭାବେ ନିଯୁକ୍ତି ମିଳିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version