ରାଜ୍ୟ

କାଳିଆ ଯୋଜନା:ଅଯୋଗ୍ୟ ହିତାଧିକାରୀଙ୍କଠୁ ଟଙ୍କା ଫେରସ୍ତ ଅଣାଯିବ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): କାଳିଆ ଯୋଜନାରେ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠୁ ଟଙ୍କା ଫେରସ୍ତ ଅଣାଯିବ। ଏଥିପାଇଁ ପ୍ରଥମ ପର‌୍ୟ୍ୟାୟରେ ସହାୟତା ପାଇଥିବା ହିତାଧିକାରୀଙ୍କ ତାଲିକାକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। କାଳିଆ ଯୋଜନାରେ ସମ୍ପୂର୍ଣ୍ଣ ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯାଉଥିବା କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଛନ୍ତି।
ଶ୍ରୀ ଗର୍ଗ କହିଛନ୍ତି, ନିୟମାନୁଯାୟୀ ଯଦି ଜଣେ ଚାଷୀ ଆୟକର ରିଟର୍ଣ୍ଣ ଦାଖଲ କରୁଥିବେ ତା ହେଲେ ସେ କାଳିଆ ଯୋଜନାର ହିତାଧିକାରୀ ହୋଇପାରିବେ ନାହିଁ।କାଳିଆ ଯୋଜନାରେ ସହାୟତା ବଣ୍ଟନ କରିବାକୁ ଯାଇ ପ୍ରଥମ ପର୍ଯ୍ୟାୟରେ ସମବାୟ ବିଭାଗ ପ୍ରସ୍ତୁତ କରିଥିବା ଡାଟା ବେସ ଆଧାରରେ ହିତାଧିକାରୀଙ୍କ ତାଲିକା ଗତ ଜାନୁଆରି ୫ ତାରିଖରେ ପ୍ରକାଶ କରାଯାଇଥିଲା। ସମବାୟ ବିଭାଗ ଏହି ଡାଟାବେସ ଧାନ ବିକିବାକୁ ପଞ୍ଜିକରଣ ହୋଇଥିବା ଚାଷୀଙ୍କ ତାଲିକାକୁ ଆଧାର କରି ପ୍ରସ୍ତୁତ କରିଛି। ଏହାକୁ ଆଧାର କରି ୨୫ଲକ୍ଷ ଚାଷୀଙ୍କ ତାଲିକାରୁ ୧୨ ଲକ୍ଷ ୪୫ ହଜାର ହିତାଧିକାରୀଙ୍କୁ ଚୟନ କରାଯାଇଥିଲା। ଏବେ ଯଦି ସେଥିରେ ଅଯୋଗ୍ୟ ହିତାଧିକାରୀ ସହାୟତା ରାଶି ଗ୍ରହଣ କରିଥିବେ ଯାଞ୍ଚ ପରେ ସେମାନଙ୍କଠୁ ସହାୟତା ରାଶି ଫେରେଇ ଅଣାଯିବ। ସେଥିପାଇଁ ବ୍ୟାଙ୍କମାନଙ୍କ ସହ କଥାବାର୍ତ୍ତା ସରିଥିବା କହିଛନ୍ତି କୃଷି ସଚିବ। କାଳିଆ ଯୋଜନା ବିଷୟରେ ସୂଚନା ଦେଇ କୃଷିମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ହିତାଧିକାରୀଙ୍କ ତାଲିକାର ଯାଞ୍ଚ ଚାଲିଛି। ଅସଂଗତି ଥିଲେ ସେଗୁଡ଼ିକ ଦୂର କରାଯିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version