Latest

ରହସ୍ୟ ଘେରରେ ବିଜୁଳି ଘର ମିରାକାଇବୋ

Posted on

ବିଜ୍ଞାନ ଆଜି ଅନେକ ଆଗକୁ ବଢ଼ିଛି। କିନ୍ତୁ ଏହାପରେ ବି ଦୁନିଆରେ ଏମିତି ଅନେକ ରହସ୍ୟ ଲୁଚି ରହିଛି ଯାହାର ପ୍ରମାଣ ବିଜ୍ଞାନକୁ ଏବେ ପର୍ଯ୍ୟନ୍ତ ମିଳିନାହିଁ। ସେଭଳି ରହସ୍ୟ ଘେରରେ ଲୁଚି ରହିଛି ଆମେରିକା ଭେନେଜୁଏଲାର ଏହି ସ୍ଥାନ । ଏହି ରହସ୍ୟ ସମ୍ପର୍କରେ ଆଜି ପର୍ଯ୍ୟନ୍ତ କୋଣସି ପ୍ରାମାଣିକ ତଥ୍ୟ ମିଳିନାହିଁ। ଆମେ କହୁଛୁ ଦକ୍ଷିଣ ଆମେରିକାର ଭେନେଜୁଏଲାରେ ଥିବା ରହସ୍ୟମୟ ଝରଣା ସମ୍ପର୍କରେ। ଏହି ଝରଣାରେ ସବୁ ସମୟରେ ବିଜୁଳି ଗର୍ଜୁଥାଏ । କାରଣ ଏବେ ବି ରହିଛି ଅଛପା। ଏହାର ନାମ ମିରାକାଇବୋ। କିନ୍ତୁ ଏଠାରେ ପ୍ରତି ସମୟରେ ବିଜୁଳି କାହିଁକି ଗର୍ଜେ , ତାର ରହସ୍ୟ କାହାକୁ ଜଣା ନାହିଁ।
ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ଏକରୁ ଅଧିକ ବିଜୁଳି ଗର୍ଜି ନଥାଏ। କିନ୍ତୁ ଏଠାରେ ଗୋଟିଏ ସ୍ଥାନରେ ହଜାର ହଜାର ବିଜୁଳି ଏକା ସମୟରେ ଗର୍ଜିଥାଏ। ୧୯୬୦ ମସିହାରେ ମିଳିଥିବା ଖବରରେ କୁହାଯାଇଥିଲା ଯେ, ଏହି ସ୍ଥାନରେ ୟୁରାନିୟମର ମାତ୍ରା ଅଧିକ ରହିଛି , ତେଣୁ ଏଭଳି ଘଟଣା ଘଟୁଛି। ବୈଜ୍ଞାନିକ ମାନେ ଏହାକୁ ନେଇ ଅନେକ ରିସର୍ଚ୍ଚ କରିଛନ୍ତି। ସେମାନଙ୍କ ରିସର୍ଚ୍ଚରେ ଏହି ଖବର ମିଳିଥିଲା ଯେ ଏଠାରେ ମିଥେନର ମାତ୍ରା ଅଧିକ କାରଣରୁ ଏମିତି ଘଟୁଛି। କିନ୍ତୁ ଏବେବି ଏହି ୨ଟି ତଥ୍ୟକୁ ନେଇ କୌଣସି ସଠିକ ପ୍ରମାଣ ମିଳିନାହିଁ। ତେଣୁ ଏବେ ବି ଏହା ରହସ୍ୟ ଘେରରେ ରହିଛି।
ଦର୍ଶକବନ୍ଧୁ ଏହାର ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ବିବିସି ରିପୋର୍ଟ ଅନୁଯାୟୀ, ଭେନେଜୁଏଲାର ଏହି ସ୍ଥାନରେ କେଟାଟୁମ୍ବୋ ନଦୀ ମିରାକାଇବୋ ଝରଣାରେ ମିଶିଛି। ଏହି ସ୍ଥାନରେ ୨୬୦ ଦିନ ଝଡ଼ ବର୍ଷା ଲାଗି ରୁହେ। ଅନ୍ୟ ଋତୁ ଅପେକ୍ଷା ବର୍ଷା ଋତୁରେ ଏହା ଅଧିକ ଦେଖିବାକୁ ମିଳେ। ରିପୋର୍ଟରୁ ଜଣାପଡିଛି ଯେ, ଗୋଟେ ମିନିଟରେ ୨୮ ଥର ବିଜୁଳି ଗର୍ଜିଥାଏ। ଏହି ବିଜୁଳିର ତିବ୍ରତା ଏତେ ଅଧିକ ଥାଏ ଯେ, ୪୦୦ କିଲୋମିଟର ଦୂରରୁ ଏହା ଦେଖାଯାଏ। ଦୂରରୁ ଏହା ଖୁବ ସୁନ୍ଦର ମଧ୍ୟ ଦେଖାଯାଏ। ମିରାକାଇବୋ ଝରଣା ସୁବୁଠୁ ଅଧିକ ବିଜୁଳି ଗର୍ଜୁଥିବାର ଇଲାକା, ଯାହାକୁ ଗିନୀଜ ବୁକରେ ସ୍ଥାନ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version