Latest

ନାଗାଲାଣ୍ଡ ଘଟଣା : ଗୃହରେ ବିଭ୍ରାନ୍ତିକର ତଥ୍ୟ ରଖିଛନ୍ତି ଗୃହମନ୍ତ୍ରୀ: ଅଧିର ରଞ୍ଜନ ଚୌଧୂରୀ

Posted on

ନୂଆଦିଲ୍ଲୀ: ଆସାମର ନାଗାଲାଣ୍ଡକୁ ଯାଉଥିବା କଂଗ୍ରେସର ଏକ ପ୍ରତିନିଧି ଦଳକୁ ଅଟକାଇବା ନେଇ ଲୋକସଭାରେ ଅଧୀର ଚୌଧୁର ପ୍ରସଙ୍ଗ ଉଠାଇଛନ୍ତି । ଏହି ପ୍ରସଙ୍ଗ ଉଠାଇ ଅଭିଯୋଗ କରିଛନ୍ତି ଯେ ପୀଡ଼ିତଙ୍କ ପରିବାରକୁ ସାକ୍ଷାତ କରିବାରୁ କଂଗ୍ରେସ ନେତାଙ୍କୁ ସରକାର ଅଟକାଉଛନ୍ତି। ଶୂନ୍ୟକାଳ ମଧ୍ୟରେ ଅଧିର ଏହି ପ୍ରସଙ୍ଗ ଉଠାଉଛନ୍ତି। ସେ କହିଛନ୍ତି ଯେ ନାଗାଲାଣ୍ଡରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ପରେ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଏହି ପ୍ରତିନିଧୀ ଦଳ ଗଠନ କରାଯାଇଥିଲା। ଏହି ପ୍ରତିନିଧିମଣ୍ଡଳର ସଦସ୍ୟମାନଙ୍କୁ ଆସାମରେ ଅଟକ ରଖାଯାଇଥିଲା। ଏହି ପ୍ରତିନିଧି ଦଳରେ ଗୃହର ସଦସ୍ୟ ଗୌରବ ଗୋଗୋଇ ଏବଂ ଆଣ୍ଟୋ ଆଣ୍ଟୋନିଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା |

ସେହିପରି ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ସେ ଆହୁରି ମଧ୍ୟ କହିଥିଲେ ଗୃହମନ୍ତ୍ରୀ ଏକ ବିଭ୍ରାନ୍ତିକର ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଲୋକଙ୍କୁ ଅଟକାଇବାକୁ କୁହାଯାଇଥିଲା ଏବଂ ଯେତେବେଳେ ସେମାନେ ଅଟକି ନଥିଲେ, ଗୁଳି ଚଳାଇଥିଲା। କିନ୍ତୁ ସ୍ଥାନୀୟ ଲୋକ କହୁଛନ୍ତି ଯେ ଏହାକୁ ସିଧାସଳଖ ଗୁଳି କରାଯାଇଛି। ଏହି ସରକାର ଉତ୍ତର-ପୂର୍ବର ଅବସ୍ଥାକୁ ଆହୁରି ଖରାପ କରୁଛି। ସେହିପରି ଲକ୍ଷ୍ମୀପୁର ଖେରୀରେ ମଧ୍ୟ ଦେଖିବାକୁ ମିଳିଥିଲା ​।

Leave a Reply

Your email address will not be published. Required fields are marked *

Most Popular

Exit mobile version