Latest

ଅଷ୍ଟମ ଥର ସଭାପତି ହେବେ ନବୀନ

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଜେଡି ସୁପ୍ରିମୋ ବା ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଅଷ୍ଟମଥର ପାଇଁ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ନବୀନଙ୍କ ସହ ଦଳର ଅନ୍ୟ ୮୦ଜଣ ନେତା ମଧ୍ୟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତିି। ୨୬ତାରିଖରେ ଦଳର ରାଜ୍ୟ କାର୍ଯ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ଦଳର ସଭାପତି ଭାବେ ଘୋଷଣା କରାଯିବ।

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଜେଡି ସୁପ୍ରିମୋ ବା ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଅଷ୍ଟମଥର ପାଇଁ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ନବୀନଙ୍କ ସହ ଦଳର ଅନ୍ୟ ୮୦ଜଣ ନେତା ମଧ୍ୟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତିି। ୨୬ତାରିଖରେ ଦଳର ରାଜ୍ୟ କାର୍ଯ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ଦଳର ସଭାପତି ଭାବେ ଘୋଷଣା କରାଯିବ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡିସେମ୍ବର ୨୭ରୁ ଫେବୃୟାରୀ ୨୦ତାରିଖ ମଧ୍ୟରେ ଦଳର ପ୍ରାଥମିକ, ବ୍ଲକ୍ ଓ ଜିଲ୍ଲା ସଭାପତି ଓ କମିଟି ସଦସ୍ୟ ନିର୍ବାଚନ ଶେଷ ହୋଇଛି। ଇତିମଧ୍ୟରେ ଦଳର ୨୭୨ଜଣିଆ କାର୍ଯ୍ୟ ପରିଷଦ ସଦସ୍ୟ ଚୟନ ପ୍ରକ୍ରିୟା ମଧ୍ୟ ସରିଛି। ଦଳର ୮୧ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚୟନ ପାଇଁ ଆଜିଠୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଆଜିି ଦଳୀୟ କାର୍ଯ୍ୟାଳୟରେ ଏହି ସଦସ୍ୟମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସଭାପତି ପଦ ପାଇଁ ମଧ୍ୟ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ନିଜର ୧୦ଜଣ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଏପଟେ ଦଳର ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ୨୪ତାରିଖରେ ଯାଞ୍ଚ, ୨୫ତାରିଖରେ ପ୍ରତ୍ୟାହାର ପରେ ୨୬ତାରିଖରେ ସେମାନଙ୍କ ନାଁ ଘୋଷଣା ହେବ। ୨୬ତାରିଖରେ ଦଳର ରାଜ୍ୟ କାର୍ଯ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ସଭାପତି ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦିଆଯିବ।
ଉଲ୍ଲେଖଯୋଗ୍ୟ, ୧୯୯୭ ମସିହାରେ ଦଳ ଗଠନ ପରଠୁ ନବୀନ କ୍ରମାଗତ ଭାବେ ବିଜେଡି ସଭାପତି ଭାବେ କାର୍ଯ୍ୟ କରି ଆସୁଛନ୍ତି। ତେବେ ଦଳ ଏଥର କାର୍ଯ୍ୟକାରିଣୀରେ ଯୁବ ଓ ମହିଳାଙ୍କ ପ୍ରତିନିଧିତ୍ୱକୁ ଅଧିକ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର କର୍ମକର୍ତ୍ତା ପଦବୀରେ ପ୍ରାୟ ଶତାଧିକ ନେତାଙ୍କୁ ଥଇଥାନ କରାଯାଇଥିବାବେଳେ ଏଥର ଦଳୀୟ ସମ୍ବିଧାନ ଅନୁସାରେ ୬ ଉପସଭାପତି,୧୦ ସାଧାରଣ ସମ୍ପାଦକ, ୧୦ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କୁ ନିର୍ବାଚିତ କରାଯିବ। ଅବଶ୍ୟ ସଭାପତି ଚାହିଁଲେ ଏସବୁ ପଦବୀରେ ଅଧିକ ସଂଖ୍ୟକ ନେତାଙ୍କୁ ଥଇଥାନ କରିପାରିବେ। ଆସନ୍ତା ୨୬ତାରିଖ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳର ଦୁଇଟି ସାଧାରଣ ସମ୍ପାଦକ(ସଂଗଠନ ଓ ମୁଖ୍ୟାଳୟ) ପଦବୀକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରାଯିବ ବୋଲି ସୂଚନା ମିଳିଛି।
ପ୍ରତି ୩ବର୍ଷରେ ବିଜେଡିର ସାଂଗଠନିକ ନିର୍ବାଚନ ହେଉଥିବାବେଳେ ସାଧାରଣ ନିର୍ବାଚନ ଯୋଗୁ ଏଥିରେ ପ୍ରାୟ ଏକବର୍ଷ ବିଳମ୍ବ ହୋଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version