ରାଜନୀତି

କିଏ ପୋଡ଼ା ଟ୍ରାନ୍ସଫର୍ମର ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କର: ନବୀନ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ଓଡ଼ିଶା ଗସ୍ତରେ ଆସି ପୁଣିଥରେ ରାଜ୍ୟ ସରକାରକୁ ପୋଡ଼ା ଟ୍ରାନ୍ସଫର୍ମର କହିଥିବା ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଜବାବ ଦେଇଛନ୍ତି। କିଏ ପୋଡ଼ା ଟ୍ରାନ୍ସଫର୍ମର ତାହା ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କର ଜାଣିଯିବ ବୋଲି କହିଛନ୍ତି।
ସରକାରକୁ ବଦଳାଇବା ପାଇଁ ଶାହ ଦେଇଥିବା ଆହ୍ୱାନ ଉପରେ ନବୀନ କହିଛନ୍ତି ସେ ୨୦୧୯ ନିର୍ବାଚନ ଫଳାଫଳକୁ ଅପେକ୍ଷା କରନ୍ତୁ ,ଲୋକେ କେଉଁ ସରକାରକୁ ଉପାଡି ଫିଙ୍ଗି ଦେଉଛନ୍ତି ଓ କେଉଁ ସରକାରକୁ ରହିବାକୁ ଦେଉଛନ୍ତି ତାହା ଜାଣିପାରିବେ । ଶାହ ମୋ ସରକାରକୁ ଯେଉଁ ପୋଡା ଟ୍ରାନ୍ସଫର୍ମର କହିଛନ୍ତି, ଅପେକ୍ଷା କରନ୍ତୁ ଦେଖିବେ କିଏ ପୋଡ଼ା ଟ୍ରାନ୍ସଫର୍ମର ଆଉ କିଏ ଓଡ଼ିଶାର ପ୍ରକୃତ ଟ୍ରାନ୍ସ ଫର୍ମର । ବିଜେଡି ହେଉଛି କଂଗ୍ରେସର ବି ଟିମ ବୋଲି ଶାହଙ୍କ ମତ ଉପରେ ନବୀନ କହିଛନ୍ତି ସେ ଯାହା ଚାହୁଁଛନ୍ତି ତାଙ୍କୁ କହିବାକୁ ଦିଆଯାଉ । କିନ୍ତୁ ଆମର କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ନୀତି ବଜାୟ ରହିଛି । ଶାହଙ୍କ ମିଶନ ୧୨୦ ଉପରେ ନବୀନ କହିଛନ୍ତି ଏହା ବକଵାସ । ଏଥର ବି ଲୋକେ ଆମକୁ ବିପୁଳ ସଂଖ୍ୟାରେ ଜିତାଇବେ ବୋଲି ନବୀନ କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version