Latest

ଆନ୍ଧ୍ର ଠାରୁ ଓଡିଶା ମାଛ କିଣିବାକୁ ହେଲେ ମାନିବାକୁ ପଡିବ ନୂଆ ନିୟମ

Posted on

ଖୋର୍ଦ୍ଧା (ଓଡ଼ିଶା ୱେୟାର) : ଓଡ଼ିଶା ମତ୍ସ୍ୟ ଯୋଗାଣ ବ୍ୟବସାୟୀ ସଂଘ ଆଗରେ ଆଗାମୀ ଦିନରେ ଆନ୍ଧ୍ରରୁ ମାଛ ଆଣିବାକୁ ହେଲେ ଆନ୍ଧ୍ର ବ୍ୟବସାୟୀ ପକ୍ଷରୁ ନୂତନ ସର୍ତକୁ ମାନିବାକୁ ପଡିବ । ଯାହାକୁ ନେଇ ଏବେ ଆସନ୍ତା ଦିନରେ କିଭଳି ବ୍ୟବସାୟ କରିବେ ତାକୁ ନେଇ ଖୋର୍ଦ୍ଧାରେ ଆଜି ମତ୍ସ୍ୟ ବ୍ୟବସାୟୀମାନଙ୍କର ଏକ ନୂତନ ସଂଘ ଗଠନ ହେବା ସହିତ କିପରି ଆନ୍ଧ୍ର ସହିତ ବ୍ୟବସାୟ କରିହେବ ତାକୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆନ୍ଧ୍ର ବ୍ୟବସାୟୀ ଓଡ଼ିଶା ବ୍ୟବସାୟୀଙ୍କୁ ମାଛ ବ୍ୟବସାୟ ପାଇଁ କିଛି ସର୍ତ୍ତ ରଖିଛନ୍ତି । ମାଛ ଆଣିବାକୁ ହେଲେ ଅଗ୍ରିମ ବ୍ଲାନ୍କ ଚେକ୍ ସହିତ ସର୍ତ୍ତ ବଳି ବିଷିଷ୍ଟ ବଣ୍ଡ ଦାଖଲ କରିବାକୁ ପଡିବ । ଆନ୍ଧ୍ର ବ୍ୟବସାୟୀଙ୍କ ଏଭଳି ସର୍ତ୍ତ ପରେ , ଆଜି ଅଲ୍ ଓଡ଼ିଶା ବ୍ୟବସାୟୀମାନେ ଏକତ୍ରୀତ ହୋଇ ଆଗାମୀ ଦିନରେ କିପରି ଆନ୍ଧ୍ରରୁ ମାଛ ଓଡ଼ିଶାକୁ ଆସିବ ସେଥିପାଇଁ ସରଳ ଉପାୟ ନେଇ ବୈଠକରେ ନିଷ୍ପତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version