Latest

ବିଷପିଇ ଜୀବନ ହାରିଦେଲେ ନବବିବାହିତା

Posted on

ବାଲେଶ୍ୱର (ଓଡ଼ିଶା ୱେୟାର) : ଅସହ୍ୟ ହେଲା ଶ୍ୱଶୁର ଘର ନିର୍ଯାତନା। ବିଷପିଇ ଜୀବନ ହାରିଦେଲେ ନବବିବାହିତା। ବାଲେଶ୍ୱର ସଦର ଥାନା ବାଙ୍ଗରା ଗ୍ରାମର ତ୍ରୈଲୋକ୍ୟ ପାତ୍ରଙ୍କ ଝିଅ ଗାୟତ୍ରୀ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ପ୍ରେମାନନ୍ଦ ମହାନ୍ତିଙ୍କ ପୁଅ ପ୍ରତ୍ୟୁଷଙ୍କ ସହ ଫେବୃୟାରୀରେ ବିବାହ କରିଥିଲେ। ବିବାହ ପରଠାରୁ ଗାୟତ୍ରୀଙ୍କୁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ।
ତେବେ ଏନେଇ ଗାୟତ୍ରୀ କେବେ ନିଜ ବାପଘର ଲୋକଙ୍କୁ ଜଣାଇନଥିଲେ। କିନ୍ତୁ ନିର୍ଯାତନା ଅସହ୍ୟ ହେବା ପରେ ବିଷ ପିଇଦେଇଥିଲେ। ତାଙ୍କୁ ପ୍ରଥମେ ନୀଳଗିରି ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱରକୁ ଫେରାଇ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଗାୟତ୍ରୀଙ୍କ ମୃତ୍ୟୁ ପରେ ନୀଳଗିରି ପୋଲିସ ସ୍ୱାମୀ ପ୍ରତ୍ୟୁଷଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version