Latest

ସୁଇମିଂ ପୁଲରେ ବୋଲ୍ଡ ଅନ୍ଦାଜରେ ନୁସରତ

Posted on

କୋଲକାତା: ବିବାହ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଏବେ ପୁଣି ଚର୍ଚ୍ଚାରେ। ସେ ପୁଲ୍ ଭିତରେ ନିଆଁ ଲଗାଇଦେଇଛନ୍ତି। ତାଙ୍କ ବୋଲ୍ଡ ଅନ୍ଦାଜ ଦେଖି ସମସ୍ତଙ୍କ ହୋସ୍ ଉଡିଯାଇଛି। ସେ ସୋଶାଲ ମିଡିଆରେ ସୃଷ୍ଟି କରିଛନ୍ତି ହଇଚଇ।
ନୁସରତ ନିଜ ଇନଷ୍ଟାଗ୍ରାମକୁ ନେଇ ଏବେ ହେଡ୍ଲାଇନ୍ ପାଲଟିଛନ୍ତି। ନିକଟରେ ନିଜ ଇନ୍ଷ୍ଟାଗ୍ରାମରେ ଫଟୋସୁଟ୍ର ଏକ ଭିଡିଓ ସେଆର କରିଛନ୍ତି ଏହି ସୁନ୍ଦରୀ ସାଂସଦ। ଏଥିରେ ସେ ସୁଇମିଂ ପୁଲ୍ ଭିତରେ ପାଣି ସହ ଖେଳୁଥିବା ଦେଖିବାକୁ ମିଳିଛି। ବ୍ଲାକ୍ ଏବଂ ବ୍ଲୁ ଆଉଟ୍ ଫିଟ୍ରେ ନଜର ଆସିଛନ୍ତି ନୁସ୍ରତ। ଏହି ଭିଡିଓକୁ ସେଆର କରି ନୁସରତ ଲେଖିଛନ୍ତି, ‘ନୋ ରିସ୍କ, ନୋ ଷ୍ଟୋରୀ’। ସେପଟେ ପ୍ରଶଂସକଙ୍କୁ ନୁସରତଙ୍କ ଏହି ଗ୍ଲାମରସ୍ ଫଟୋସୁଟ୍ ବେଶ୍ ପସନ୍ଦ ଆସିଛି।
ସୂଚନା ମୁତାବକ ଗତ କିଛି ଦିନ ହେବ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ନିଜ ବିବାହ ବିବାଦ ଏବଂ ଗର୍ଭାବସ୍ଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ନିଜ ବିବାହକୁ ନେଇ ମଧ୍ୟ ନୁସରତ ଏକ ସମ୍ବେଦନଶୀଳ ବୟାନ ଦେଇଥିଲେ। ଏଥିରେ ସେ କହିଥିଲେ, ନିଖିଲଙ୍କ ସହ ତାଙ୍କର ବିବାହ ବେଆଇନ୍ ଅଟେ। ଏହି ବୟାନ ପରେ ପରେ ହିଁ ତାଙ୍କର ଗର୍ଭାବସ୍ଥା ଫଟୋ ସାମ୍ନାକୁ ଆସିଥିଲା। ସେପଟେ ନିଖିଲ କହିଛନ୍ତି, ସେ ନୁସରତଙ୍କ ସନ୍ତାନର ବାପା ନୁହନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version