ରାଜ୍ୟ

ଓଡ଼ିଆ ଭର୍ଚ୍ୟୁଆଲ ଏକାଡେମୀର ନୂଆ ୱେବ ପୋର୍ଟାଲ ଉଦଘାଟିତ

Posted on

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ବିଶ୍ୱର କୋଣଅନୁକୋଣରେ ପହଂଚାଇବା ଉଦ୍ଦେଶ୍ୟରେ ଓଡ଼ିଆ ଭର୍ଚ୍ୟୁଆଲ ଏକାଡେମୀର ନୂଆ ୱେବ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଇବା ସହ କହିଛନ୍ତି ଯେ ଆମ ଓଡ଼ିଆ ଭାଷା ବହୁତ ସମୃଦ୍ଧ । ଏହା ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ପାଇଛି । ମଧ୍ୟଯୁଗଠୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ବହୁତ ଭଲ ଭଲ ସାହିତ୍ୟ ସୃଷ୍ଟି ହୋଇଛି । ସେଗୁଡିକର ଡିଜିଟାଇଜେସନ୍, ସଂରକ୍ଷଣ ଓ ପ୍ରଚାରର ଦାୟିତ୍ୱ ଓଡ଼ିଆ ଭର୍ଚ୍ୟୁଆଲ ଏକାଡେମୀ ନେଇଛି । ବିଶ୍ୱ ଦରବାରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଓ ପ୍ରଚାର ପାଇଁ ଏହା ସୁଯୋଗ ସୃଷ୍ଟି କରିବ । ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କ ପାଇଁ ଏହା ବହୁତ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଓଡ଼ିଆ ଭର୍ଚ୍ୟୁଆଲ ଏକାଡମୀରେ ଓଡ଼ିଆ ସାହିତ୍ୟର ୧୭୦ଟି ପୁସ୍ତକ ସ୍ଥାନିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ସାଂସଦ ତଥାଗତ ଶତପଥୀ, ମୁଖ୍ୟ ସଚିବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଥିଲା ।

Leave a Reply

Your email address will not be published. Required fields are marked *

Most Popular

Exit mobile version