ରାଜ୍ୟ

ଶୁକ୍ରବାର ରାଜ୍ୟ କ୍ୟାବିନେଟ ବୈଠକ

Posted on

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟା ୬ଟା ୩୦ମିନିଟରେ ଅନୁଷ୍ଠିତ ହେବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହେବାକୁ ଥିବା ଏହି ବୈଠକରେ  ୪ ଟି ଏଜେଣ୍ଡା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଚଳିତ ମାସ ୩୦ତାରିଖ ସୁଦ୍ଧା ରାଜ୍ୟର ୬୫ଟି ପୌର ପରିଷଦର କାର୍ଯ୍ୟକାଳ ଶେଷ ହେଉଥିବାରୁ ଏବଂ ପୌର ନିର୍ବାଚନ ଠିକଣା ସମୟରେ ହେବାର ସମ୍ଭାବନା ନ ଥିବାରୁ,ଏହି ବୈଠକରେ ସମ୍ପୃକ୍ତ ପୌର ପରିଷଦଗୁଡ଼ିକର କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଇବା ନିମନ୍ତେ ଅଧ୍ୟାଦେଶ ଆଣିବାର ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର ଲାଗିପାରେ ବୋଲି କୁହାଯାଉଛି। ସେହିପରି, ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ କରାଯିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ବୋଲି କେତେକ ସୂତ୍ରରୁ ସୂଚନା ମିଳିଛି।ତେବେ କ୍ୟାବିନେଟ ବୈଠକର ଏଜେଣ୍ଡା ସମ୍ପର୍କରେ  ମନ୍ତ୍ରୀ ମାନଙ୍କୁ କୌଣସି ସୂଚନା ଦିଆଯାଇ ନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version