ରାଜ୍ୟ

୧୨୭୬୮ କୋଟିର ଅତିରିକ୍ତ ଵଜେଟକୁ ମନ୍ତ୍ରୀପରିଷଦର ମଞ୍ଜୁରୀ

Posted on

ଭୁବନେଶ୍ଵର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରି ପରିଷଦର ବୈଠକରେ ୨୦୧୮-୧୯ ଆର୍ଥିକ ଵର୍ଷ ପାଇଁ ୧୨୭୬୮.୮୦ କୋଟି ଟଙ୍କାର ଅତିରିକ୍ତ ଵଜେଟକୁ ମଞ୍ଜୁରୀ ମିଳିଛି।
ବଜେଟରେ କେନ୍ଦ୍ରୀୟ ଯୋଜନା ସମେତ ନିଜସ୍ଵ ଯୋଜନା ପାଇଁ ମଧ୍ୟ ଅର୍ଥ ବରାଦ କରାଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଘୋଷଣା କରିଥିବା ୨ଟି ନୂଆ ଯୋଜନା – ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଓ ନିଜସ୍ଵ ଖାଦ୍ୟ ଯୋଜନା ପାଇଁ ଅର୍ଥ ବରାଦ ହୋଇଛି। ଗତ ଆର୍ଥିକ ବର୍ଷରେ ମୋଟ ୧୦ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ବରାଦ ହୋଇ ଥିଲା।
ଚଳିତ ଆର୍ଥିକ ବର୍ଷରେ ମୂଳ ବଜେଟ ପରିମାଣ ୧.୨୦ ଲକ୍ଷ କୋଟି ଟଙ୍କା ଥିବାବେଳେ ଏବେ ଏହା ୧.୩୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version