Latest

ଆଜି ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

Posted on

ଚଳିତବର୍ଷ ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏମବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି ଟପ୍ପର । ବି ଫାର୍ମାରେ ସାଗରିକା ଦାସ ଟପ୍ପର । ଏମସିଏରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ପୂର୍ବୀ ପ୍ରିୟା ନାୟକ ଟପ୍ପର ।

ଚଳିତ ବର୍ଷ ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା ୬.୫.୨୦୨୪ରୁ ୧୦.୦୫.୨୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୬୫,୭୪୨ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ୫୬,୦୪୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୫୬,୦୦୦ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ, ସେମାନଙ୍କୁ ର଼୍ୟାଙ୍କ ମିଳିଛି। ପରୀକ୍ଷାର୍ଥୀମାନେ www.ojee.nic.in ଏବଂ www.odishajee.nic.in ରେ ନିଜ ନିଜର କାର୍ଡ ପାଇପାରିବେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version