Latest

ଭାରତର ପ୍ରକଳ୍ପକୁ ପାକିସ୍ତାନର ବିରୋଧ

Posted on

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଚେନାବ ନଦୀ ଉପରେ ଭାରତ କରୁଥିବା ଜଳ ବିଦ୍ୟୁତ ପ୍ରକଳ୍ପକୁ ପାକିସ୍ତାନ ବିରୋଧ କରିଛି । ତେବେ ଏହି ବିରୋଧ ଭିତ୍ତିହୀନ ବୋଲି ଭାରତ ପ୍ରକାଶ କରିଛି । ଭାରତ ପକ୍ଷରୁ କୁହାଯାଇଛି ଯେ, ସିନ୍ଧୁ ଜଳ ସନ୍ଧି ଅନୁଯାୟୀ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି ।

ମିଳିଥିବା ସୂଚନା ମୁତାବକ ଜମ୍ମୁ କାଶ୍ମୀରର ଚେନାବ ନଦୀ ଉପରେ ଭାରତ ୬୨୪ ମେଗା ଓ୍ୱାଟର ଏକ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରୁଛି । ଏହାକୁ କିରୁ ଜଳବିଦ୍ୟୁତ ପ୍ରକଳ୍ପ ନାମରେ ନାମିତ କରାଯାଇଛି । ତେବେ ଏହାକୁ ପାକିସ୍ତାନ ସିନ୍ଧୁ ଜଳ ସନ୍ଧି ଆୟୁକ୍ତ ସୟଦ ମହମ୍ମଦ ଅଲ୍ଲି ଶାହ ଗତ ସପ୍ତାହରେ ବିରୋଧ କରିଥିବା ନେଇ ଭାରତର ସିନ୍ଧୁ ଜଳ ସନ୍ଧି ଆୟୁକ୍ତ ପ୍ରଦୀପ କୁମାର ସକ୍ସେନା ସୂଚନା ଦେଇଛନ୍ତି। ଶ୍ରୀ ସକ୍ସେନା କହିଛନ୍ତି କି ପ୍ରକଳ୍ପର ଡିଜାଇନ ଏହି ସନ୍ଧିର ପ୍ରାବଧାନକୁ ଶତପ୍ରତିଶତ ପାଳନ କରାଯାଇ କରାଯାଇଛି । କେନ୍ଦ୍ରୀୟ ଜଳ ଆୟୋଗ ପ୍ରମାଣିତ କରିଛନ୍ତି କି ଜଳ ସଂଶୋଧନ ଅଞ୍ଚଳ ଦେଶର ସବୁଠାରୁ ଉଚ୍ଚାସ୍ଥାନ ବୋଲି ସେ କହିଛନ୍ତି । ସୂଚନା ଯୋଗ୍ୟ ଏହି ପ୍ରକଳ୍ପର ପରିଯୋଜନା ଚେନାବ ଘାଟିର ବିଦ୍ୟୁତ ପରିଯୋଜନା ଲିମିଟେଡ଼ ଦ୍ବାରା କରାଯାଉଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version