Latest
ପଞ୍ଚାୟତ ନିର୍ବାଚନ ବାତିଲ: ଘୋଷଣା କଲେ ମଧ୍ୟପ୍ରଦେଶ ରାଜ୍ଯ ନିର୍ବାଚନ ଅ।ୟୋଗ
ଭୋପାଳ : ଡିସେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ଓବିସିଙ୍କ ପାଇଁ ସଂରକ୍ଷିତ ଥିବା ଆସନକୁ ସାଧାରଣବର୍ଗରେ ପରିଣତ କରି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେବା ପରେ ମଧ୍ୟପ୍ରଦେଶ ସରକାର ପଞ୍ଚାୟତିରାଜ ସଂଶୋଧନ ଅଧ୍ୟାଦେଶକୁ ପ୍ରତ୍ଯାହାର କରିନେଇଥିଲେ ଏହା ପରେ ପଞ୍ଚାୟତ ନିର୍ବାଚନ ବାତିଲ ହେବା ଜଣାପଡିଥଲା ବୁଧବାର ମଧ୍ୟପ୍ରଦେଶ ନିର୍ବାଚନ କମିଶନ ଅ।ଇନ ବିଶେଷଜ୍ଞଙ୍କ ପରାମର୍ଶ ପରେ ପଞ୍ଚାୟତ ନିର୍ବାଚନକୁ ବାତିଲ କରିଛନ୍ତି ଜାନୁଆରୀ ୬, ଜାନୁଆରୀ ୨୮ ଓ ଫେବ୍ରୁଆରୀ ୧୬ ଏହିପରି ୩ଟି ପର୍ଯ୍ଯାୟରେ ମଧ୍ୟପ୍ରଦେଶରେ ନିର୍ବାଚନ କରାଯିବାକୁ କାର୍ଯ୍ଯକ୍ରମ ପ୍ରସ୍ତୁତ କରାଯାଇଥଲା ଯାହା ଏବେ ବାତିଲ ହୋଇଛି ଏହାସହ ଆୟୋଗ କହିଛନ୍ତି, ଯେଉଁମାନେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଅମାନତ ଜମା କରିଥିଲେ , ତାକୁ ଫେରାଇ ଦିଆଯିବ ।