ରାଜ୍ୟ

ବିଧାନସଭା ପାଇଁ ୩ଦଳର ରଣନୀତି ଚୂଡ଼ାନ୍ତ

Posted on

ଭୁବନେଶ୍ଵର : ବିଧାନସଭା ମୌସୁମୀ ଅଧିବେଶନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆଜି ସନ୍ଧ୍ୟାରେ ନିଜର ରଣନୀତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି।
ଏହି ୧୧ଦିନିଆ ଅଧିବେଶନରେ ଶାସକ ବିଜେଡି ପକ୍ଷରୁ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରାଯିବ। ବିରୋଧୀ ଦଳ ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ଯେକୋୖଣସି ପ୍ରସଙ୍ଗ ଉଠାଇବ ତା ଉପରେ ଆଲୋଚନା କରାଯିବ ବୋଲିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଜେଡି ବିଧାୟକ ଦଳ ବୈଠକ ପରେ ଶ୍ରୀ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।
ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ଏହି ଅଧିବେଶନରେ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା,ଭତା ଓ ପେନସନ(ସଂଶୋଧନ) ବିଲ୍-୨୦୧୮,ଓଡ଼ିଶା ମନ୍ତ୍ରୀଙ୍କ ଦରମା, ଭତା, ଓ ପେନସନ(ଦ୍ୱିତୀୟ ସଂଶୋଧନ) ବିଲ୍ -୨୦୧୮, ଗାନ୍ଧି ଇଞ୍ଜିନିୟରିଂ କଲେଜ ଓ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ ବିଲ୍-୨୦୧୮ ଏବଂ ଓଡ଼ିଶା ସମବାୟ ସୋସାଇଟି(ସଂଶୋଧନ) ବିଲ୍-୨୦୧୮ ଆସିବ।
ସେହିପରି ବିଜେପି ବିଧାୟକ ଦଳ ବୈଠକ ପରେ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଶିକ୍ଷକଙ୍କ ସମସ୍ୟା , ଆମ ଗାଁ ଆମ ବିକାଶ ନାଁ ରେ ସରକାରୀ ଅର୍ଥରେ ଦୂରୂପଯୋଗ , ଫସଲ ବୀମା ଆଦି ପ୍ରସଙ୍ଗ ଉଠାଇବ। ସେହିପରି କଂଗ୍ରେସ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି, ର୍ଦୁନୀତି , ଚାଷୀ ସମସ୍ୟା ଆଦି ଉଠାଇବାକୁ ଗୁରୁତ୍ବ ଦେବ ବୋଲି ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version