Latest

ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ଜର୍ମାନୀରେ ପିଜ୍ଜା ଡେଲିଭରୀ ବୟ

Posted on

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନ କବ୍‌ଜା କରିବା ପରେ ରାଷ୍ଟ୍ରପତି ଅଶରଫ ଗନିଙ୍କ ସମେତ ଅନେକ ବଡ଼ ନେତା ଦେଶ ଛାଡ଼ି ପଳାଇଛନ୍ତି। ଏହାରି ଭିତରେ ଜର୍ମାନୀରୁ ଆଫଗାନିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯାହାକି ଏବେ ଭାଇରାଲ ହେଉଛି। ଆଫଗାନ ସରକାରରେ ସଞ୍ଚାର ମନ୍ତ୍ରୀ ଥିବା ସୟେଦ ଅହମଦ ଶାହ ସାଦତ୍‌ ତାଲିବାନ ଶାସନକୁ ଆସିବା ପରେ ଆଫଗାନିସ୍ତାନ ଛାଡ଼ି ଦେଇଥିଲେ। ରିପୋର୍ଟ ମୁତାବକ, ସେ ବର୍ତ୍ତମାନ ସମୟରେ ଜର୍ମାନୀରେ ଅଛନ୍ତି। ଏକ ଟ୍ଵିଟ୍‌ ମୁତାବକ, ଅହମଦ ଶାହ ସାଦତ୍‌ ଜର୍ମାନୀରେ ପିଜ୍ଜା ଡେଲିଭର କରୁଥିବାର ନଜର ଆସିଛନ୍ତି। ତେବେ କହି ରଖୁଛୁ କି, ଆଫଗାନ ଉପରେ ତାଲିବାନ କବ୍‌ଜା କରିବା ସମୟରେ ଅହମଦ ମନ୍ତ୍ରୀ ନ ଥିଲେ। ସେହି ଏହି ପଦରୁ ଏକ ବର୍ଷ ପୂର୍ବରୁ ଇସ୍ତଫା ଦେଇ ସାରିଥିଲେ। ଖବର ରହିଛି, ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ଜର୍ମାନୀରେ ପିଜ୍ଜା ଡେଲିଭରୀ ବୟ ବନିଯାଇଛନ୍ତି। ପିଜ୍ଜା ଡେଲିଭର କରି ସେଠାରେ ସେ ଜୀବନଯାପନ କରୁଛନ୍ତି। ଭାଇରାଲ ଫଟୋରେ ଅହମଦ ଶାହ ସାଦତ୍‌ ସାଇକେଲରେ ପିଜ୍ଜା ଡେଲିଭର କରୁଥିବାର ଦେଖିବାକୁ ମିଳୁଛନ୍ତି। ଯଦିଓ ଏହାକୁ ନେଇ ତାଙ୍କର କୌଣସି ବୟାନ ସାମ୍ନାକୁ ଆସିନି। ସୂଚନାଥାଉ କି, ଆଫଗାନିସ୍ତାନରେ ତାଲିବାନର ଏଣ୍ଟ୍ରି ପରେ ରାଷ୍ଟ୍ରପତି ଅଶରଫ ଗନି କାବୁଲ ଛାଡ଼ି ବର୍ତ୍ତମାନ ୟୁଏଇରେ ଅବସ୍ଥାନ କରୁଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version