Latest

ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

Posted on

ଭୁବନେଶ୍ବର (ଓଡ଼ିଶା ୱେୟାର) : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଓଡିଶା ହାଇକୋର୍ଟ। ତଦନ୍ତକାରୀ ଅଧିକାରୀ ଯେତେବେଳେ ଚାହିଁବେ ସେତେବେଳେ ତାଙ୍କ ନିକଟରେ ହାଜର ହେବେ ପ୍ରଶାନ୍ତ। ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ। ଅଭିଯୋଗକାରୀ କିମ୍ବା ସାକ୍ଷୀମାନଙ୍କୁ ଧମକ ଚମକ ଦେବେ ନାହିଁ। ଏଭଳି ସର୍ତ୍ତ ରଖିଛନ୍ତି ଓଡିଶା ହାଇକୋର୍ଟ। ଏହା ବ୍ୟତୀତ ତଳକୋର୍ଟ ଚାହିଁଲେ ଅନ୍ୟାନ୍ୟ ସର୍ତ୍ତ ରଖି ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା ।
ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଏନଏସିରେ ଆବାସ ଯୋଜନା ବାଣ୍ଟିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ବାଲୁଗାଁ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିବା ସହ ଜାତିଆଣ ଆକ୍ଷେପ ନେଇ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିବା ବେଳେ ହାଇକୋର୍ଟ ଆଗୁଆ ଜାମିନକୁ ଅଗ୍ରାହ୍ୟ କରି ଦେଇଥିଲେ। ଘଟଣାରେ ବିଧାୟକ ଫେରାର ରହି ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version