Latest

ବି‌ଜେଡ଼ିରୁ ଇସ୍ତଫା ଦେଲେ ରାମଚନ୍ଦ୍ର ପଣ୍ଡା

Posted on

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ଉପବାଚସ୍ପତି ତଥା ବିଜେଡି ନେତା ରାମଚନ୍ଦ୍ର ପଣ୍ଡା ଏବେ ଦଳରୁ ଇସ୍ତଫା ଦେଇଛନ୍ତି । ଲଗାତାର ୨ଥର ଟିକେଟ ନ ମିଳିବାରୁ ବିଜେଡିରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାମଚନ୍ଦ୍ର ପଣ୍ଡା । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ସେ ଦଳରୁ ବିଦାୟ ନେଇଛନ୍ତି ।

ସେ ଇସ୍ତଫା ପତ୍ରରେ ସେ କଡ଼ା କଥା ଲେଖିଛନ୍ତି। ସେ କହିଛନ୍ତି ୧୫ ଦିନ ହେଲା ଆଲୋଚନା ପାଇଁ ଚେଷ୍ଟା କଲେ ବି ମତେ ସୁଯୋଗ ମିଳିଲାନି। ଉପର ଠାଉରିଆ ଭାବେ ସରକାରୀ ପଦବୀରେ ଅବସ୍ଥାପିତ କରିବାର ଉଦ୍ଦେଶ୍ୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ମୋର ସ୍ବାଭିମାନ ଏବଂ ସ୍ବାଧୀନତା ପ୍ରତି କଟାକ୍ଷ ବୋଲି ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ରାମଚନ୍ଦ୍ର ଜଣେ ଦକ୍ଷ ରାଜନୀତିଜ୍ଞ। ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି। ୨୦୦୦ରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୨ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ। ସେ ନବୀନ ପଟ୍ଟନାୟକଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ଉପବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ

Leave a Reply

Your email address will not be published. Required fields are marked *

Most Popular

Exit mobile version