Latest

୫ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ମିଳିବ ଘର

Posted on

ଭୁବନେଶ୍ୱର,(ଓଡ଼ିଶା ୱେୟାର) : ୫ ମହାନଗର ନିଗମ ଅଧିନରେ ୯୩୮ଟି ବସ୍ତିର ପ୍ରାୟ ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦାକୁ ଘର ଯୋଗାଇ ଦେବାକୁ ରାଜ୍ୟ କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ହୋଇଛି । ଫଳରେ ବସ୍ତି ବାସିନ୍ଦା ପାଇବେ ଘର ଆଉ ଏହି ଘର କାର‌୍ୟ୍ୟ ୬ ମାସ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ବସ୍ତିବାସିନ୍ଦା ମାନଙ୍କୁ ଭୂମି ଭୋଗ ଦଖଲର ସୁରକ୍ଷା ପ୍ରଦାନ କରିବା ତଥା ବସ୍ତିକୁ ବାସୋପଯୋଗୀ ବସତିରେ ପରିଣତ କରିବା ପାଇଁ ଓଡିଶା ବସ୍ତିବାସିନ୍ଦାଙ୍କ ପାଇଁ ଭୂମିଅଧିକାର ଅଧିନିୟମ, ୨୦୧୭ ପ୍ରଣୟନ କରାଯାଇଥତ୍ଲା ା। ସେହିପରି ଓଡିଶା ମହାନଗର ନିଗମ ଅଧିନିୟମ -୨୦୦୩ରେ ଆବଶ୍ୟକୀୟ ସଂଶୋଧନ କରି ସମ୍ପତ୍ତିଗତ ଅଧିକାର ସୁରକ୍ଷିତ କରିବାପାଇଁ ଅନୁରୂପ ବ୍ୟବସ୍ଥା ମଧ୍ୟ ପ୍ରଣୟନ କରଯାଇଥିଲା କିନ୍ତୁ ବିଭିନ୍ନ କାରଣରୁ ଦୀର୍ଘ ୪ ବର୍ଷ ହେଲା ଏହି ସମ୍ପତ୍ତିଗତ ଅଧତ୍କାର ପ୍ରଦାନ କରିବାରେ ଅସଫଳ ଥତ୍ଲେ ରାଜ୍ୟ ସରକାର ଫଳରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ବସ୍ତିବାସିନ୍ଦା ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ପାଇବାରୁ ବଞ୍ଚିତ ହୋଇଆସୁଥତ୍ଲେ । ୨୦୨୧ ଶେଷ କ୍ୟାବିନେଟ୍ର ପ୍ରସ୍ତାବ ମୁତାବକ ଯେଉଁଠି ସମ୍ଭବ ହେବ ସେହି ସ୍ଥାନରେ ସମ୍ପତ୍ତିଗତ ଅଧିକାର ତଥା ଯେଉଁଠି ସମ୍ପତ୍ତିଗତ ଅଧିକାର ଦେବାରେ କୌଣସି ଅସୁବିଧା ହେବ, ସେହି ସ୍ଥାନରେ ବସ୍ତିବାସିନ୍ଦା ମାନଙ୍କୁ ୪୫ ବର୍ଗ ମିଟର ପର‌୍ୟ୍ୟନ୍ତ ଭୂମି ଉପରେ ଭୂମି ଅଧିକାର ପ୍ରଦାନ କରାଯାଇପାରିବ ଯଦି ବସ୍ତିବାସିନ୍ଦା ଆର୍ଥିକ ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିବେ , ତେବେ ୩୦ ବର୍ଗ ମିଟର ପର‌୍ୟ୍ୟନ୍ତ ଭୂମି ଉପରେ ମାଗଣା ଭୂମି ଅଧିକାର ପ୍ରଦାନ କରାଯିବ। ଏହାବ୍ୟତୀତ କୌଣସି ଅର୍ଥ ନୈତିକ ଦୁର୍ବଳ ଶ୍ରେଣୀର ପରିବାର ଯଦି ୩୦ ବର୍ଗମିଟରରୁ କମ୍ ଭୂମି ଦଖଲ କରୁଥିବେ ଏବଂ ତାଙ୍କ ବାସଗୃହକୁ ଲାଗି ସରକାରୀ ଖୋଲା ଜାଗା ଥିବ, ତେବେ ତାଙ୍କୁ ଯଥା ସମ୍ଭବ ୩୦ ବର୍ଗମିଟର ପର‌୍ୟ୍ୟନ୍ତ ଭୂମି ଯୋଗାଇଦେବା ପାଇଁ ଅଧ୍ୟାଦେଶରେ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ରଖାଯାଇଛି ମହାନଗର ନିଗମ ମାନଙ୍କରେ ବାସକରୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ କେବଳ ଯେ ଭୂମିଅଧିକାର ସୁରକ୍ଷିତ କରାଇପାରିବ ତା ନୁହେଁ, ବରଂ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ମଧ୍ୟ ଯୋଗାଇ ଦିଆଯାଇପାରିବ ।

Leave a Reply

Your email address will not be published. Required fields are marked *

Most Popular

Exit mobile version