Latest

ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡିହେଲା ସମ୍ବଲପୁର

Posted on

ସମ୍ବଲପୁର, (ଓଡ଼ିଶା ୱେୟାର) : ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡିହେଲା ସମ୍ବଲପୁର। କୁଚିଣ୍ଡାରେ BSKY ଯୋଜନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଜିଲ୍ଲାରେ ୧୫୫୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଓଡ଼ିଶାର ବିକାଶରେ ସମ୍ବଲପୁରର ବିଶେଷ ଅବଦାନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ବଲପୁରୀ ଗୀତ ଓ ଶାଢି ସାରା ବିଶ୍ୱରେ ଆଦାର ପାଇଛି। ‘ମା’ ସମଲେଶ୍ୱରୀ ପୀଠର ବିକାଶ କାମ ହାତକୁ ନିଆଯାଇଛି।
୨୦୨୨ରେ ଜିଲ୍ଲାର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ। ସ୍ୱାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ନବୀନ କହିଛନ୍ତି। ରାଜ୍ୟର ୯୬ଲକ୍ଷ ପରିବାର BSKY ସ୍ମାର୍ଟକାର୍ଡ ପାଇବେ। ସାଢେ ୩ କୋଟି ଲୋକ BSKY ସ୍ମାର୍ଟକାର୍ଡରୁ ସୁବିଧା ପାଇବେ। ସମ୍ବଲପୁର ଜିଲ୍ଲାର ୨ ଲକ୍ଷ ୨୮ ହଜାର ୨୧୩ ଜଣ ସ୍ମାର୍ଟକାର୍ଡ ପାଇବେ। ଚିକିତ୍ସା ପାଇଁ ଅର୍ଥ ସମସ୍ୟା ଦୂର କରିବ ସ୍ମାର୍ଟକାର୍ଡ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version