ରାଜ୍ୟ

ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡିର ପ୍ରଭାବଶାଳୀ ନେତା ସଞ୍ଜୟ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେବା ସହ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମଧ୍ୟ ଦେଇଛନ୍ତି। ଶ୍ରୀ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇପାରେ ବୋଲି ଗତ କିଛିମାସ ଧରି ଚର୍ଚ୍ଚା ହେଉଥିଲା। ଦଳ ଓ ସଂଗଠନ ଉପରେ ଶ୍ରୀ ଦାସବର୍ମାଙ୍କ ବେଶ୍ ଦଖଲ ଥିବାରୁ ତଥା ତାଙ୍କର ସାଂଗଠନିକ ଦକ୍ଷତାକୁ ଦୃଷ୍ଟିରେ ରଖି ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।
ଶ୍ରୀ ଦାସବର୍ମା ୨୦୧୯ ସାଧାରଣ ନିର୍ବାଚନରେ ମାତ୍ର ସ୍ୱଳ୍ପ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ। କିନ୍ତୁ ଦଳ ତାଙ୍କୁ ପୂର୍ବଭଳି ଗୁରୁତ୍ୱ ଦେଇ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିଥିଲା। ଏବେ ବିଜେଡିର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ନିଯୁକ୍ତି ୨୦୨୪ରେ ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳି ସମାପ୍ତ ଅବା ପରବର୍ତ୍ତୀ ନିଦେ୍ର୍ଧଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version