Latest

ସତ୍ୟଜିତ ମହାନ୍ତି ଅଗ୍ନିଶମ ଡିଜି, ବାଲେଶ୍ୱରରେ ନୂଆ ଏସପି

ଭୁବନେଶ୍ୱର(ଓଡ଼ିଶା ୱେୟାର):ଆଇପିଏସସ୍ତରରେ ଆଜି ଛୋଟଧରଣର ଅଦଳବଦଳ ହୋଇଛି।

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ଆଇପିଏସସ୍ତରରେ ଆଜି ଛୋଟଧରଣର ଅଦଳବଦଳ ହୋଇଛି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ ମହାନ୍ତି ଅଗ୍ନିଶମ ସେବା ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ହୋମଗାର୍ଡ କମାଣ୍ଡାଣ୍ଟ ଜେନେରାଲ ଓ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଦାୟିତ୍ୱରେ ମଧ୍ୟ ରହିବେ। ଅଗ୍ନିଶମ ଡିଜି ସୁନୀଲ ରଏ ଆସନ୍ତାକାଲି ଅବସର ନେବେ।
ସେହିପରି ବାଲେଶ୍ୱର ଜିଲ୍ଲା ଏସପି ୨୦୧୧ ବ୍ୟାଚ୍ ଆଇପିଏସ୍ ଯୁଗଳ କିଶୋର ବନୋଥଙ୍କୁ କଟକ(ଗ୍ରାମାଞ୍ଚଳ) ପୁଲିସ୍ ଏସପି ଭାବେ ବଦଳି କରାଯାଇଥିବାବେଳେ କ୍ରାଇମବ୍ରାଞ୍ଚ ଏସପି ୨୦୧୨ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ୱର ପୁଲିସ୍ ଏସପି ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି ସେସୁ ସିଇଓ ତଥା ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ଫୁଲଟାଇମ୍ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ସିଏମଡି ଭାବେ ନିଯୁକ୍ତି ମିଳିଛି। ସେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ‘ସେସୁ’କୁ ଟାଟା କମ୍ପାନୀ ଅଧିଗ୍ରହଣ କରିବାପରେ ଶ୍ରୀ ବୋଥ୍ରାଙ୍କୁ ସେଠାରୁ ସରକାର ପ୍ରତ୍ୟାହାର ଆଣିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version