ଭୁବନେଶ୍ୱର(ଓଡ଼ିଶା ୱେୟାର): ୨ମାସ ଭିତରେ ସ୍କୁଲ ଖୋଲିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ଆସନ୍ତା ୭ ତାରିଖ ଅର୍ଥାତ ସୋମବାରଠାରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ରାଜ୍ଯରେ କୋଭିଡ୍ ସ୍ଥିତି ପରଖିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ଯ ସରକାର । ଅଷ୍ଟମରୁ ଉପରକୁ ସବୁ କ୍ଲାସ ଚାଲିବ । ସବୁ କ୍ଲାସ ସୋମବାରଠାରୁ ଖୋଲିବ । ୧୪ରୁ ଖୋଲିବ କେଜିରୁ ସପ୍ତମ ଶ୍ରେଣୀ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର ଏହା ସହ ସମସ୍ତ ହଷ୍ଟେଲ ମଧ୍ୟ ଖୋଲିବ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ଯ ଶାସନ ସଚିବ ସୁରେଶ ମହାପାତ୍ର କୋଭିଡ୍ କଟକଣାକୁ କଠୋର ଭାବେ ପାଳନ କରାଯାଇ ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ତାରିଖରୁ ୮ମ ଶ୍ରେଣୀରୁ ଉପରକୁ ସବୁ ଶିକ୍ଷାନୁଷ୍ଠାନ ଖୋଲିବ । ଏହା ସହିତ ରାଜ୍ଯର ସମସ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ମଧ୍ୟ ଖୋଲିବ । ଏହା ସହିତ ଫେବୃଆରୀ ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ଛାତ୍ରଛାତ୍ରୀ ସ୍କୁଲ ଯିବେ ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନରେ ପାଠପଢା ହେବ ଛାତ୍ରଛାତ୍ରୀ ମାନେ ପସନ୍ଦ ମୁତାବକ ମାଧ୍ୟମ ବାଛିପାରିବେ ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...