Latest

ସୁରକ୍ଷାକର୍ମୀ- ଆତଙ୍କବାଦୀ ଗୁଳିବିନିମୟ, ୨ ସେନା ସହିତ୍, ଜଣେ ଆତଙ୍କୀ ନିହତ

Posted on

ଜାମ୍ମୁ -କାଶ୍ମିର: ଶନିବାର ଦିନ ଜାମ୍ମୁ ସୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଏହି ଏନକାଉଣ୍ଟରରେ ଦୁଇଜଣ ସେନା ସହିଦ ହୋଇଛନ୍ତି । ଜଣେ ଅଧିକାରୀ କହିଛନ୍ତି ଯେ ସୋପିଆନ୍ ଅଞ୍ଚଳର ଚେରମର୍ଗରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ଗୁପ୍ତଚର ସୂଚନା ପାଇଥିଲେ ଯାହା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ କର୍ଡନ କରି ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
ଅଧିକାରୀ କହିଛନ୍ତି ଯେ ଯେତେବେଳେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ ସେତେବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆଖୁବିା ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ମଧ୍ୟ ଏହାର ପ୍ରତିଶୋଧ କରି ଥିଲା, ଯାହା ପରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version