Latest

କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଭାଇ ଗିରଫ

Posted on

ଚାନ୍ଦବାଲି,(ଓଡ଼ିଶା ୱେୟାର)  : କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣାରେ ଚାନ୍ଦବାଲି ପୋଲିସ୍‌କୁ ଆଉ ଏକ ସଫଳତା । କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ଗିରଫ । ପରମେଶ୍ବରକୁ ଗିରଫ କଲା ଚାନ୍ଦବାଲି ପୋଲିସ । ପରମେଶ୍ବରକୁ ବିଜୟୱାଡାରୁ ଗିରଫ କଲା ସ୍ବତନ୍ତ୍ର ଟିମ୍ । ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ତାଙ୍କ ଭାଇର ହାତ ଥିବା ପୋଲିସ ସୂଚନା ଦେଇଛି ।
ସେପଟେ ମାନସ ହତ୍ୟା ଘଟଣାରେ ପୋଲିସ ଏବେ ଯାଏଁ ମୁଖ୍ୟ ଅଭିଯୁକ୍ତର ଟେର୍‌ ପାଇନି । ଏହି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ମଧ୍ୟ କିଛି ପତ୍ତା ପାଉନି ପୋଲିସ । କେବଳ ଶର୍ମିଷ୍ଠା ନୁହେଁ, ତାଙ୍କ ସହିତ ଆଉ ଜଣେ ମହିଳା ମଧ୍ୟ ଘଟଣା ପରଠାରୁ ଫେରାର ଅଛନ୍ତି । ସେହିପରି ପୂର୍ବରୁ ହତ୍ୟାକାଣ୍ଡରେ ସାମିଲ ଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ । ସେମାନଙ୍କୁ ଜେରା କରି ତଥ୍ୟ ଓଗାଳୁଛି ପୋଲିସ ।

Leave a Reply

Your email address will not be published. Required fields are marked *

Most Popular

Exit mobile version