Latest

ରିଆଲିଟି ସୋ’ରେ ନଜର ଆସିବେନି ଶିଳ୍ପା

Posted on

ଶିଳ୍ପା ସେଟ୍ଟୀ ସୁପର ଡ୍ୟାନ୍ସ ଚ୍ୟାପଟର-୪ରେ ଆଉ ଆସିବେନି ନଜର। ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଲୀଳ କଣ୍ଟେଟ ମାମଲାରେ ଗିରଫ ହେବା ପରେ ଶିଳ୍ପା ରିଆଲିଟି ସୋ’ରେ ଆଉ ନଜର ଆସିନଥିଲେ। ଏବେ ଖବର ଆସିଛି ଯେ, ରିଆଲିଟି ସୋ’ରେ ଶିଳ୍ପାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିନେତ୍ରୀ ଆସିବେ।
ରିପୋର୍ଟରୁ ସୂଚନା ମିଳିଛି ଯେ, ଶିଳ୍ପାଙ୍କ ଅନୁପସ୍ଥିତିରେ ଆଗାମୀ ଏପିସୋଡରେ ଗେଷ୍ଟ ସେଲିବ୍ରେଟି ଭାବେ କରିସ୍ମା କପୁର ଆସିବେ। ସ୍ୱାମୀ ରାଜ କୁନ୍ଦ୍ରାଙ୍କ ମାମଲା ଅନେକ ମାତ୍ରାରେ ଶିଳ୍ପାଙ୍କ ଇମେଜକୁ ମଧ୍ୟ ଖରାପ ପ୍ରଭାବ ପକାଇଛି। ଅଶ୍ଲୀଳ କଣ୍ଟେଟ ମାମଲା ଅଭିଯୋଗରେ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଏବେ ଦୁହେଁ ହଟ ନ୍ୟୁଜରେ ରହିଛନ୍ତି। ଏହି ଘଟଣାକୁ ନେଇ ଶିଳ୍ପା ଏବେ ଚୁପ ଥିଲାବେଳେ ଏଥିପାଇଁ ଅନେକ ପ୍ରଶ୍ନ ଉଠିଛି।
ସ୍ୱାମୀ ଗିରଫ ହେବା ପରେ ଶିଳ୍ପା ସୁପର ଡ୍ୟାନ୍ସ ଚ୍ୟାପଟର-୪ ସୁଟିଂରେ ନଜର ଆସିନଥିଲେ। ଆଗକୁ ଏହାକୁ କଭର କରିବା ପାଇଁ ଏବେ ଅନେକ ଅଭିନେତ୍ରୀ ଗେଷ୍ଟ ସେଲିବ୍ରେଟୀଙ୍କୁ ସୋ’କୁ ଡକାଯିବ । ଶିଳ୍ପା ଏହାକୁ ନେଇ ରିଆକ୍ସନ ରଖିଥିଲେ। ନିଜ ବ୍ୟକ୍ତିଗତ ଜୀବନରେ କିଛି ଜରୁରୀ କାମ ପାଇଁ ସୁଟିଂ କରିପାରିବେ ନାହିଁ ବୋଲି କହିଥିଲେ। ତେବେ ସ୍ୱାମୀଙ୍କ ଗିରଫ କାରଣରୁ ଶିଳ୍ପାଙ୍କ ପ୍ରଫେସନାଲ କ୍ୟାରିଅରରେ ପ୍ରଭାବ ପଡିଛି ବୋଲି ଏଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version