ରାଜ୍ୟ
ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଖୁବଶୀଘ୍ର
ଭୁବନେଶ୍ୱର : ଚଳିତବର୍ଷ ଜୁନ୍ ପହିଲାରୁ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ କାର୍ଯ୍ୟକାରୀ କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ରାଜ୍ୟର କର୍ମଜୀବୀ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁସାରେ, ସାମ୍ବାଦିକଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରାଇବା ପାଇଁ ସେମାନଙ୍କର ଦୀର୍ଘଦିନ ଦାବି ଉପରେ ବିଚାର କରି ରାଜ୍ୟ ସରକାର ସାମ୍ବାଦିକଙ୍କୁ ଗୃହ ନିର୍ମାଣ ନିମନ୍ତେ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ୫% ସୁଧ ସବ୍ସିଡି, ସାମ୍ବାଦିକଙ୍କ ଅସମୟରେ ମୃତ୍ୟୁ ହେଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି, ଆହତଙ୍କୁ ୫୦ହଜାର ଟଙ୍କା ସହାୟତା, ଦୁଇଚକିଆ ଯାନ କିଣିବା ପାଇଁ ବିନା ସୁଧରେ ୫୦ହଜାର ଟଙ୍କାର ଋଣ ଭଳି କେତେକ ଘୋଷଣା କରିବେ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ସମାଜର ବିଭିନ୍ନ ବର୍ଗ ନିମନ୍ତେ ରାଜ୍ୟ ସରକାର ଅନେକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିବା ପରେ ଗତ ୧୮ବର୍ଷ ମଧ୍ୟରେ ସାମ୍ବାଦିକଙ୍କ ପାଇଁ ଏଭଳି ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଥମଥର ଘୋଷଣା ହେବାକୁ ଯାଉଛି ।