Latest

ଶ୍ରୀଲଙ୍କା ସଙ୍କଟ: ଭାରତ ମୋଟ ୩୦୦,୦୦୦ ଟନ ଚାଉଳଯୋଗାଣ କରିବ

Posted on

ନୂଆଦିଲ୍ଲୀ: ଭାରତ ଶ୍ରୀଲଙ୍କାକୁ ୧ ବିଲିୟନ ଡଲାରର କ୍ରେଡିଟ୍‌ ଲାଇନ ଦେଇଛି। ଏହା ଅଧୀନରେ ଭାରତ ସେଠାକୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପହଞ୍ଚାଇବ। ଏଥି ପୂର୍ବରୁ ୫୦ କୋଟି କ୍ରେଡିଟ୍‌ ଲାଇନ ଅଧୀନରେ ଭାରତ ୪୦,୦୦୦ ମେଟ୍ରିକ ଟନ ଡିଜେଲ ପଠାଇ ସାରିଛି। ଶନିବାର ଦୁଇ ଅଧିକାରୀ କହିଛନ୍ତି କି, ଶ୍ରୀଲଙ୍କାକୁ ଭାରତରୁ ମିଳିଥିବା ୧ ବିଲିୟନ ଡଲାରର କ୍ରେଡିଟ୍‌ ଲାଇନକୁ ଦୃଷ୍ଟିରେ ରଖି ଭାରତୀୟ ବ୍ୟବସାୟୀମାନେ ୪୦,୦୦୦ ଟନ ଚାଉଳର ଲ୍ୟାଣ୍ଡିଂ ଆରମ୍ଭ କରି ଦେଇଛନ୍ତି।
କ୍ରେଡିଟ୍‌ ଲାଇନ ଅଧୀନରେ ଭାରତ ତରଫରୁ ଶ୍ରୀଲଙ୍କାକୁ ଏହା ହେବ ପ୍ରଥମ ବଡ଼ ଖାଦ୍ୟ ସହାୟତା। ଏହି ସହାୟତା ଶ୍ରୀଲଙ୍କାର ଏକ ମୁଖ୍ୟ ଉତ୍ସବ ପୂର୍ବରୁ ସେଠାକୁ ପଠାଯାଉଛି। ଭାରତ ମୋଟ ୩୦୦,୦୦୦ ଟନ ଚାଉଳ ଶ୍ରୀଲଙ୍କାକୁ ଯୋଗାଣ କରିବ।
ଖାଦ୍ୟ ପଦାର୍ଥଗୁଡ଼ିକର ଦରଦାମ୍‌ ବୃଦ୍ଧି ଏବଂ ଭିତ୍ତିଭୂମି ଅଭାବରୁ ଅସନ୍ତୁଷ୍ଟ ଥିବା ଶ୍ରୀଲଙ୍କାରେ ବର୍ତ୍ତମାନ ଅସ୍ଥିରତା ସୃଷ୍ଟି ହୋଇଛି। ଏଠାରେ ଲୋକମାନେ ହିଂସା ଏବଂ ଦଙ୍ଗା ମୁହାଁ ହେଉଛନ୍ତି। ଏମିତି ସ୍ଥିତିରେ ଭାରତ ଗତ ମାସରେ ଇନ୍ଧନ, ଖାଦ୍ୟ ଏବଂ ଔଷଧ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବକୁ ପୂରା କରିବା ପାଇଁ ଶ୍ରୀଲଙ୍କାକୁ ୧ ବିଲିୟନ ଡଲାରର କ୍ରେଡିଟ୍‌ ଲାଇନ (ଋଣ ସହାୟତା) ଉପରେ ସହମତି ପ୍ରକାଶ କରିଥିଲା। କହି ରଖୁଛୁ, ଭାରତ ହେଉଛି ବିଶ୍ୱର ସର୍ବବୃହତ୍‌ ଚାଉଳ ରପ୍ତାନିକାରୀ ଦେଶ।

Leave a Reply

Your email address will not be published. Required fields are marked *

Most Popular

Exit mobile version