Latest
ମିଶାଇଲ ସ୍ମାର୍ଟ ର ସଫଳ ପରୀକ୍ଷଣ
ବାଲେଶ୍ଵର, (ଓଡ଼ିଶା ୱେୟାର): ସୋମବାର ବାଲେଶ୍ଵରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଦୂରଗାମୀ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟରପିଡୋସ୍ମାର୍ଟ ର ସଫଳ ପରୀକ୍ଷଣ କରିଛି ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ)। ବୁଡାଜାହାଜ ନିରୋଧୀ ଯୁଦ୍ଧ କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏହି ମିସାଇଲକୁ ପ୍ରସ୍ତୁତ କରାଯାଇଛି। ଏହା ପାରମ୍ପରିକ ଟରପିଡୋର କ୍ଷମତାଠୁ ଅଧିକ ରହିଛି। ଡିଆରଡିଓ ଅନୁଯାୟୀ, ମିସାଇଲ ପରୀକ୍ଷଣ ସଂପୂର୍ଣ୍ଣ ସଫଳ ହୋଇଛି। ଏହି ଉନ୍ନତ ମିଶାଇଲ ପ୍ରଣାଳୀ ପାଇଁ ଡିଆରଡିଓର ଅନେକ ପ୍ରୟୋଗଶାଳା ବିଭିନ୍ନ ପ୍ରଦୌଗିକିର ବିକଶିତ କରିଛି। ନୌସେନାକୁ ଶୀଘ୍ର ଏହି ମିସାଇଲ ମିଳିପାରେ।