Latest

ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲା: ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ଟାର୍ଗେଟ କଲେ ସୁମିତ

Posted on

ବ୍ରହ୍ମପୁର,(ଓଡ଼ିଶା ୱେୟାର) : ମୁହଁ ଖୋଲିଲା ସୁମିତ । ମାମଲା କୋର୍ଟରେ ବିଚାରାଧୀନ ରହିଛି । ଏହା ଭିତରେ ଏପରି ଡ୍ରାମା କଣ ପାଇଁ କରାଯାଉଛି ବୋଲି କହିଛନ୍ତି ସୁମିତ । ସୁମିତ ଏକ ଭିଡିଓ ଜାରି କରିଛନ୍ତି ।

କହିଛନ୍ତି ଯେ, ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି, ତପସ୍ୱିନୀ କଣ ପାଇଁ ଏମିତି କରୁଛନ୍ତି । ୨ ପରିବାର ମଧ୍ୟରେ ଚାଲିଥିବା ବିବାଦରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଏହା ଭିତରେ କାହିଁକି ପଶୁଛନ୍ତି । କୋର୍ଟରୁ ତପସ୍ୱିନୀଙ୍କୁ ସୁହାଇଲା ଭଳି ରାୟ ନଆସିଲେ , ସେ ଏଭଳି ଡ୍ରାମା କରୁଛନ୍ତି । ସୋମବାର ରାତିରେ ଆମ ଘର ଆଗରେ ସେ ଯେଉଁଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି କଲେ, ସେଥିରେ ପୁରା ପରିବାର ଭୟଭୀତ ହୋଇପଡିଛନ୍ତି ।

ସେହିପରି ସୁମିତଙ୍କ ଜେଜେମା କହିଛନ୍ତି ଯେ, ପୁରା ପରିବାର ଏବେ ଚିନ୍ତାରେ ପଡିଛି । ମୋତେ ଭାରି ଭୟ ଲାଗୁଛି । ଆମ ପରିବାରକୁ ରକ୍ଷା କରନ୍ତୁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଆଦୌ ଦୃଷ୍ଟି ଦେଉନାହିଁ ଜେଜେମା କହିଛନ୍ତି । ଘରେ ତାଲା ଭାଙ୍ଗି ପଶିବା ଏବଂ ତାଲା ପକାଇବାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସୁମିତଙ୍କ ଜେଜେମା ।

ସେପଟେ ସୋମବାର ରାତିରେ କିଛି ମହିଳା ସୁମିତଙ୍କ ଘର ଗ୍ରୀଲ୍ ଭାଙ୍ଗି ଅନାଧିକାର ପ୍ରବେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁମିତଙ୍କ ବାପା ପ୍ରମୋଦ ସାହୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ରିଛନ୍ତି। ଏହାପରେ ବ୍ରହ୍ମନଗର ଲେନ୍ ୨ରେ ୧୪୪ ଧାରା ଜାରି ହୋଇଛି । ଗ୍ରୀଲ୍ ଭଙ୍ଗା ଉପରେ ତଦନ୍ତ କରୁଛି ପୋଲିସ । ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍ ପି କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version