Latest

ସୁମିତ-ତପସ୍ବିନୀଙ୍କ ପାରିବାରିକ ମାମଲା: ଘରେ ରହିବେ, ମାସିକ ଖର୍ଚ୍ଚ ୧୭ହଜାର ନେବେ

Posted on

ବ୍ରହ୍ମପୁର, (ଓଡ଼ିଶା ୱେୟାର) : ସୁମିତ-ତପସ୍ବିନୀଙ୍କ ପାରିବାରିକ ମାମଲା ଏବେ ଭିନ୍ନ ମୋଡ ନେଇଛି ଜିଲ୍ଲା କୋର୍ଟ ସୁମିତଙ୍କ ଘରେ ତପସ୍ୱିନୀ ରହିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସୁମିତଙ୍କ ବ୍ରହ୍ମାନଗର ସ୍ଥିତ ଘରେ ତପସ୍ବିନୀ ରହିବା ନେଇ କୋର୍ଟ ରାୟ ଦେଇଛନ୍ତି । ଖାଲି ସେତିକି ନୁହେଁ ତାଙ୍କର ଭରଣପୋଷଣ ପାଇଁ ସୁମିତ ମାସିକ ୧୭ ହଜାର ଟଙ୍କା ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦୀର୍ଘଦିନ ଧରି ତପସ୍ବିନୀ କେଉଁଠି ରହିବେ ନେଇ ଯେଉଁ ଅ।ଲୋଚନା ଚାଲିଥତ୍ଲା ତାହାର ଅନ୍ତ ଘଟିଛି । ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ ରାୟ ଶୁଣାଇବା ପରେ ତପସ୍ବିନୀ ବିବାଦ ନେଇ ସୃଷ୍ଟି ହୋଇଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ପୂର୍ବରୁ ଜିଲ୍ଲା କୋର୍ଟରେ ସୁମିତ ଓ ତପସ୍ବିନୀଙ୍କ ପକ୍ଷରୁ ଦାୟର ହୋଇଥିବା ପୃଥକ ପୃଥକ ମାମଲାର ଏକତ୍ର ଶୁଣାଣି ହୋଇଥିଲା ଏସଡିଜେଏମ କୋର୍ଟଙ୍କ ୨ ଓ ୯ତାରିଖ ଆଦେଶ ବିରୋଧରେ ସୁମିତଙ୍କ ପକ୍ଷରୁ ପିଟିସନ ଫାଇଲ ହୋଇଥିବା ବେଳେ ୨୦ ତାରିଖ ରାୟ ବିରୋଧରେ ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତପସ୍ବିନୀଙ୍କ ଓକିଲ ଘରୋଇ ହିଂସା ମାମଲା ରୁଜୁ ପୂର୍ବରୁ ବିବାହ ବିଚ୍ଛେଦ ମାମଲା ଚାଲିଥିବାରୁ ସୁମିତଙ୍କ ଘରେ ତପସ୍ବିନୀ ରହିଲେ ବହୁ ଅସୁବିଧା ହେବ ବୋଲି ସୁମିତ୍ କହିବା ସହ ଘରଭଡା ଦେବାକୁ ରାଜି ହୋଇଥଲେ କିନ୍ତୁ ଘର ବାରଣ୍ଡାରେ ତପସ୍ବିନୀ ପଡିରହିଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version