ଦୁବାଇ: ଟି-୨୦ ବିଶ୍ୱକପ୍ର ଉଦଘାଟନୀ ମ୍ୟାଚରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷରେ କିଛି ଭଲ ଖେଳ ପ୍ରଦର୍ଶନ କରିପାରିନଥିଲେ। କେବଳ ଏତିକି ନୁହେଁ, ଏହି ମ୍ୟାଚରେ ପାଣ୍ଡ୍ୟା କିଛି ନକରି ପାଣ୍ଡ୍ୟା ଆଉଟ ହୋଇଥିଲେ। ଅକ୍ଟୋବର ୩୧ ରେ ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ପଡିବ, ଏହା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି। ଅକ୍ଟୋବର ୩୧ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ରହିବେ ହେଲେ ଏହା ଏବେ ଯାଏ ସ୍ଥିର ହୋଇନି ଯେ, ସେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ରହିବେ ନା ନାହିଁ ।
ଗତ ମାସରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ବୋଲିଂ କରିନଥିବା ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବ୍ୟାଟ୍ସମ୍ୟାନ୍ ଭାବରେ ଟି-୨୦ ବିଶ୍ୱକପରେ ଖେଳୁଛନ୍ତି। ସେ ରବିବାର ପାକିସ୍ତାନ ବିପକ୍ଷରେ ଆଠଟି ବଲରେ ୧୧ ରନ୍ ସଂଗ୍ରହ କରିଥିଲେ। ସେ ଦ୍ରୁତ ବୋଲରଙ୍କ ସାମ୍ନାରେ ଅସହଜ ମନେ ହେଉଥିଲେ ଏବଂ ଏହାରି ମଧ୍ୟରେ ଛୋଟ ପିଚ୍ ବଲ୍ ତାଙ୍କ କାନ୍ଧରେ ବାଜିଥିଲା । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ହାର୍ଦ୍ଦିକଙ୍କ ସ୍କାନର ରିପୋର୍ଟ ଆସିଛି ଏବଂ ଆଘାତ ଗୁରୁତର ନୁହେଁ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଦୁଇଟି ମ୍ୟାଚ୍ରେ ୬ ଦିନର ବ୍ୟବଧାନ ରହିଛି, ଯାହାଫଳରେ ପାଣ୍ଡ୍ୟା ଆଘାତରୁ ମୁକ୍ତି ପାଇବା ପାଇଁ ପର୍ୟ୍ୟାପ୍ତ ସମୟ ବି ପାଇପାରିବେ ।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅଭ୍ୟାସ ମ୍ୟାଚ ସମୟରେ ଅବଶ୍ୟ ଡାକ୍ତରୀ ଦଳ ତାଙ୍କ ଅବସ୍ଥା ଉପରେ ନଜର ରଖିବେ। ହେଲେ ମ୍ୟାଚ୍ ବି ଜିତିବା ଜରୁରୀ । ଏହି ମ୍ୟାଚରେ ପରାଜୟ ତାଙ୍କ ଆଗକୁ ଯିବାର ସମ୍ଭାବନାକୁ ଝଟକା ମଧ୍ୟ ଦେଇପାରେ । ହାର୍ଦ୍ଦିକ ପାଣ୍ଡ୍ୟା କିଛି ସମୟ ପାଇଁ ବୋଲିଂ କରିବାରେ ସକ୍ଷମ ହୋଇନାହାଁନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରାଯାଇଥିଲା। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା କିଛି ଭଲ ଖେଳ ପ୍ରଦର୍ଶନ କରିପାରିନଥିଲେ । ଏଭଳି ପରିସ୍ଥିତିରେ ଶାର୍ଦ୍ଦୁଲ ଠାକୁରଙ୍କୁ ତାଙ୍କ ସ୍ଥାନରେ ଦଳକୁ ସନ୍ତୁଳନ କରିବାର ସୁଯୋଗ ଦିଆଯାଇପାରେ। ବଲ ଏବଂ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିବାରେ ଶାର୍ଦ୍ଦୁଲ ଠାକୁର ଜଣେ ବିଶେଷଜ୍ଞ । ଶାର୍ଦ୍ଦୁଲ ଠାକୁର ଆଇପିଏଲ୍ ୨୦୨୧ ରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ସହିତ ଚୟନକର୍ତ୍ତାଙ୍କ ବିଶ୍ୱାସ ଭାଜନ ହୋଇପାରିଛନ୍ତି ।