Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବ୍ରାଉନ୍ ସୁଗାର ଜବତ, ଯୁବକ ଗିରଫ

ଖୋର୍ଦ୍ଧା(ଓଡ଼ିଶା ୱେୟାର) : ଖୋର୍ଦ୍ଧା ଜିଲ୍ଲାର ସହରାଞ୍ଚଳରେ ବ୍ୟାପକ ବ୍ରାଉନ ସୁଗାର କାରବାର ଚାଲୁଥିବା ବେଳେ ଏବେ ଏହି ଧାରା ଧୀରେ ଧୀରେ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି । ଏଭଳି ଘଟଣା ଆଜି ଲୋକ ଲୋଚନକୁ ଆସିଛି । ସକାଳେ ଜିଲ୍ଲା ପୋଲିସ ସହାୟତାରେ ଜଙ୍କିଆ ଥାନାର ଏକ ସତନ୍ତ୍ର ଟିମ୍ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ରମ୍ଭାବିଲି ବାହାଡ଼ା ଛକ ବଡ଼ସାହି ନିକଟରୁ ଏକ ପାନ ଦୋକାନ ପଛପଟୁ ଜଣେ ଯୁବକକୁ କାବୁ କରିବା ସହ ତା ନିକଟରୁ ୧୧.୨୪ଗ୍ରାମର ବ୍ରାଉନସୁଗାର ଓ ନଗଦ ୯୦୦ଟଙ୍କା ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ଦିଲ୍ଲୀପ ମଙ୍ଗରାଜ (୩୭) ବୋଲି ଜଣାପଡିଛି। ଜଙ୍କିଆ ଥାନା କେଶ ନମ୍ବର ୨୪୧ ରେ ଗିରଫ କରି କୋର୍ଟ ଚାଲାଣ କରିଛି ।
ଦୀର୍ଘଦିନ ହେବ ଟାଙ୍ଗୀ, କୁହୁଡି,ନିରାକାର ପୁର ଓ ରାମେଶ୍ଵର ଅଞ୍ଚଳରେ ପାଉଡର ବେପାର ବ୍ୟାପକ ଚାଲୁଛି । ସ୍ଥାନୀୟ ପୋଲିସ ଏବଂ ଅବକାରୀ ବିଭାଗ ଏ ଦିଗରେ ଅଧିକା ଅନୁସନ୍ଧାନ କରି ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ନଚେତ ଟାଙ୍ଗୀ ଅଞ୍ଚଳର ଯୁବପିଢୀମାନଙ୍କ ଭବିଷ୍ୟତ ବିପଦଗାମୀ ଆଡକୁ ଗତି କରିବା ସହ ଚୋରି ଡକାୟତି ଓ ବଳତ୍କାର ବ୍ୟାପକ ଭାବେ ବଢିଚାଲିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top