Latest

ପାକିସ୍ତାନୀ ବିରୋଧୀ ରାଲି ଉପରକୁ ତାଲିବାନର ଗୁଳି

Posted on

କାବୁଲ: ପାକିସ୍ତାନକୁ ବିରୋଧ କରି ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବଡ଼ଧରଣର ରାଲି ବାହାରିଥିବା ଦେଖିବାକୁ ମିଳିଥିଲା। ପଞ୍ଜଶିର ଦଖଲ ଅଭିଯାନରେ ତାଲିବାନକୁ ସହାୟତା ଯୋଗାଇ ଆସୁଛି ପାକିସ୍ତାନ। ଆଉ ଏହାକୁ ବିରୋଧ କରି ଆଜି ଆଫଗାନ ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ରାଲି ସମୟରେ ଇସଲାମାବାଦ ବିରୋଧରେ ନାରାବାଜି କରିଥିଲେ ଆନ୍ଦୋଳନକାରୀ । ଫଳରେ ରାଲିକୁ ବିରୋଧ କରି ତାଲିବାନ ଉପରେ ଚାପ ପକାଇଥିଲା ପାକିସ୍ତାନ। ଫଳସ୍ବରୁପ ଏହି ରାଲିକୁ ସଫଳ ନ କରାଇବା ଲକ୍ଷରେ ତାଲିବାନୀ ସେନା ସେମାନଙ୍କ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ। ସେପଟେ ଏହି ରାଲିରେ ଆଇଏସଆଇ ମୁଖ୍ୟଙ୍କ ମୃତ୍ୟୁର ନାରା ମଧ୍ୟ ଦେଉଥିବା ଦେଖିବାକୁ ମିଳିଥିଲା।
ଖବର ସରବରାହ ସଂସ୍ଥା ଏଏଫପି କହିଛି କି, ଏହି ରାଲିରେ ୭୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ଏଥିରେ ମହିଳାମାନେ ଅଧିକ ସଂଖ୍ୟାରେ ସାମିଲ ଥିଲେ। ଏହି ପ୍ରଦର୍ଶନକାରୀମାନେ ପାକିସ୍ତାନ ଦୁତାବାସ ନିକଟରେ ଆନ୍ଦୋଳନ କରିଥିଲେ। ଏଙି ଲୋକମାନେ ପାକିସ୍ତାନର ହସ୍ତକ୍ଷେପକୁ ବିରୋଧ କରିଥିଲେ। ଏହି ରାଲି ସମୟରେ ପାକିସ୍ତାନ ବିରୋଧରେ ଆନ୍ଦୋଳନକାରୀମାନେ ନାରାବାଜୀ ଲଗାଇଥିଲେ। ପ୍ରଦର୍ଶନ ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ପାକିସ୍ତାନ ମୁର୍ଦ୍ଦାବାଦ ଓ ପଞ୍ଜଶିର ଜିନ୍ଦାବାଦ କହୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଜଣେ ମହିଳା କହିଛନ୍ତି କି ପଞ୍ଜଶିରରେ ଅନୁପ୍ରବେଶ ପାଇଁ କାହାକୁ ବି ଅନୁମତି ମିଳିନାହିଁ। ତେଣିକି ସେ ତାଲିବାନ ହେଉ ଅବା ପାକିସ୍ତାନ ବୋଲି ଉକ୍ତ ମହିଳା ଜଣକ କହିଛନ୍ତି।
ସେହିପରି ଆଫଗାନିସ୍ତାନ ତାଲିବାନ ବିରୋଧରେ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଏହି ଆନ୍ଦୋଳନ ବେଶ ଉଗ୍ରରୂପ ନେଇଛି। ଆନ୍ଦୋଳନରେ ପାକିସ୍ତାନ ଓ ଆଇଏସଆଇ ବିରୋଧରେ ଜୋରଦାର ନାରା ବାଜି ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ଶତାଧିକ ସଂଖ୍ୟାରେ ଆଫଗାନ ପୁରୁଷ ଓ ମହିଳା ପାକିସ୍ତାନ ବିରୋଧରେ ନାରାବାଜୀ କରିଛନ୍ତି। ପାକିସ୍ତାନ ବିରୋଧରେ କାବୁଲର ରାଜରାସ୍ତାରେ ବ୍ୟାନର ଲଗାଯାଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version