Latest

ପୋଲିସ୍ ଘରେ କଳା କନା ବୁଲାଇଲେ ଚୋର

Posted on

ଯାଜପୁର ,(ଓଡ଼ିଶା ୱେୟାର): ଗୋଟିଏ ରାତିରେ ଦୁଇଟି ଘରୁ ଚୋରି । ଏପରିକି ପୋଲିସ କର୍ମଚାରୀଙ୍କ ଘରେ କଳା କନା ବୁଲାଇଛି ଚୋର । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାମୁବଣିଆରେ ରହୁଥିବା ଜଣେ ପୋଲିସ କର୍ମଚାରୀ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରମାନେ ଝରକା ଗ୍ରୀଲ ତାଡି ଆଲମିରା ମଧ୍ୟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଅର୍ଥ ଲୁଟିନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମ ଜରିଆରେ ପ୍ରାଥମିକ ତଦନ୍ତ କରିଛି । ହେଲେ ଚୋରଙ୍କ କୈାଣସି ସୁରାକ ପାଇପାରିନାହିଁ ।

ସୂଚନା ମୁତାବକ, ଜାମୁବଣିଆରେ ଘର କରି ରହୁଥିବା କଟକ ବାଦାମବାଡି ଥାନାରେ କାର୍ଯ୍ୟରତ ପୋଲିସ ସବ ଇନ୍ସପେକ୍ଟର ଜଗଦୀଶ ସାହୁ ଡ୍ୟୁଟିରେ ଯାଇଥିବା ସମୟରେ ଏହାର ସୁଯୋଗ ନେଇ ଚୋର ମାନେ ଝରକା ଗ୍ରୀଲ ତାଡି ଘରେ ପଶି ଆଲମିରାରେ ଥିବା ୪ରୁ୫ଭରି ଓଜନର ସୁନା ଅଳଙ୍କାର ସହ ନଗଦ ୩୦ହଜାର ଟଙ୍କା ଲୁଟିନେଇଛନ୍ତି ।

ସେହିପରି ପଡୋଶୀରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ଦ୍ୱାରିକାନାଥ ଜେନା ଓ ତାଙ୍କ ପତ୍ନୀ କୈାଣସି କାମରେ କଟକ ଯାଇଥିଲେ । ପୁଅ ଓ ବୋହୁ ଗୋଟିଏ ବଖରାରେ ରହିଥିବା ବେଳେ ଏହାର ସୁଯୋଗ ନେଇ ଚୋରମାନେ ସମାନ ଢଙ୍ଗରେ ପ୍ରବେଶ କରି ଅନ୍ୟ ୨ଟି ବଖରାରେ ଥିବା ଆଲମିରା ଓ ଆଟାଚିରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେବାରେ ସକ୍ଷମ ହୋଇଛନ୍ତି । ଭୋରରୁ ଉଠିବା ପରେ ଚୋରି ସଂପର୍କରେ ଉଭୟ ପରିବାର ଜାଣିବାକୁ ପାଇଥିଲେ । ପରେ ଏନେଇ ଧର୍ମଶାଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ସହିତ ଚୋରଙ୍କୁ ଶୀଘ୍ର ଗିରଫ କରାଯିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version