Latest

ଘରୁ ମା’ ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର

Posted on

ଝାରସୁଗୁଡା,(ଓଡ଼ିଶା ୱେୟାର): ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୁ ଉଦ୍ଧାର ହୋଇଛି ମା’ ଓ ୨ ଝିଅଙ୍କ ମୃତଦେହ । ମୃତକ ୩ ଜଣ ହେଲେ ୨୮ ବର୍ଷୀୟା ସୋନି ପୋଦାର, ତାଙ୍କ ୫ ବର୍ଷୀୟା ଝିଅ ମୁସ୍କାନ ଓ ୩ ବର୍ଷୀୟା ରାଧିକା ।
ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ନାରାୟଣ ପୋଡ଼ଦାର ଫେରାର ଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଆରମ୍ଭ ହୋଇଛି ସସ୍‌ପେନ୍ସ। ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ମହିଳାଙ୍କ ସ୍ୱାମୀଙ୍କ ଟେର ପାଇପାରିନି।
ସୂଚନା ଅନୁଯାୟୀ, ନାରାୟଣ ପୋଡ଼ଦାର ଓ ସୋନି ପୋଦାର ନିଜ ୨ ଝିଅଙ୍କ ସହ ଗଙ୍ଗାନଗର ଫାଟକପଡାରେ ରହୁଥିଲେ। ଆଜି ସକାଳେ ଘରେ ନାରାୟଣ ନ ଥିବା ବେଳେ ମା’ ଓ ୨ ଝିଅଙ୍କ ମୃତଦେହ ପଡ଼ିଥିଲା। ଏହା ଦେଖି ପଡ଼ୋଶୀ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନି।
ଘଟଣା ପରଠୁ ନାରାୟଣ ଫେରାର ଥିବା ବେଳେ ତାଙ୍କ ପତ୍ତା ମିଳିପାରୁନି।

Leave a Reply

Your email address will not be published. Required fields are marked *

Most Popular

Exit mobile version