Latest

ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଫେରାର ଥିଲା, ଗଙ୍ଗାରୁ ମିଳିଲା ହତ୍ୟାକାରୀ ସ୍ବାମୀଙ୍କ ଶବ

Posted on

ଲକ୍ଷ୍ନୌ: ରାମା ମେଡିକାଲ କଲେଜର ଫରେନସିକ ବିଭାଗର ମୁଖ୍ୟ ଡାକ୍ତର ସୁଶୀଲ କୁମାର ପତ୍ନୀ ଚନ୍ଦ୍ର ପ୍ରଭା, ପୁଅ ଶିଖର ଓ ଝିଅ ଖୁସି ସହ ଇନ୍ଦିରା ନଗର ସ୍ଥିତ ଡିଭିନିଟି ହୋମ ଆପାର୍ଟମେଣ୍ଟର ପଞ୍ଚମ ତାଲାରେ ଫ୍ଲାଟରେ ରହୁଥିଲେ।  ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଫେରାର ଥିବା ଡାକ୍ତର ସୁଶୀଲଙ୍କ ଶବ ଦଶ ଦିନ ପରେ ଗଙ୍ଗାରୁ ମିଳିଛି। ଘଟଣା ପରେ ତାଙ୍କୁ ଗଙ୍ଗାର ଅଟଳ ଘାଟରେ ଶେଷ ଥର ପାଇଁ ପ୍ରତ୍ୟକ୍ଷଦର୍ଶୀମାନେ ଦେଖିଥିଲେ। ତା ପରଠାରୁ ସେ ଫେରାର ଥିଲେ। ତେବେ ଖବର ପାଇ ପୋଲିସ ତାଙ୍କୁ ଗଙ୍ଗା ନଦୀରେ ହିଁ ଖୋଜାଖୋଜି କରିଥିଲେ। ଦୀର୍ଘ ୧୦ ଦିନ ପରେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ରାମା ମେଡିକାଲ କଲେଜର ଫରେନସିକ ବିଭାଗର ମୁଖ୍ୟ ଡାକ୍ତର ସୁଶୀଲ କୁମାର ପତ୍ନୀ ଚନ୍ଦ୍ର ପ୍ରଭା, ପୁଅ ଶିଖର ଓ ଝିଅ ଖୁସି ସହ ଇନ୍ଦିରା ନଗର ସ୍ଥିତ ଡିଭିନିଟି ହୋମ ଆପାର୍ଟମେଣ୍ଟର ପଞ୍ଚମ ତାଲାରେ ଫ୍ଲାଟରେ ରହୁଥିଲେ। ଚନ୍ଦ୍ରପ୍ରଭା ସ୍ଥାନୀୟ ହାଇସ୍କୁଲରେ ହେଡ ମାଷ୍ଟର ଥିଲେ। ପୁଅ କ୍ଲାଟ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଝିଅ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଡିସେମ୍ବର ୩ ତାରିଖରେ ସେ ପତ୍ନୀଙ୍କୁ ହାତୁଡ଼ିରେ ହତ୍ୟା କରି ଦେଇଥିଲେ। ପରେ ଦୁଇ ପିଲାଙ୍କୁ ନିଶା ଔଷଧ ଦେଇ ଚିର ନିଦ୍ରାରେ ଶୁଆଇ ଦେଇଥିଲେ। ସେବେଠାରୁ ସେ ଫେରାର ଥିଲେ।

ଫେରାର ହେବା ପୂର୍ବରୁ ସେ ନିଜ ଡାକ୍ତର ଭାଇ ସୁନୀଲଙ୍କୁ ହ୍ଵାଟ୍ସଆପରେ ମେସେଜ କରି ଏହି ଖବର ଦେଇଥିଲେ। ସୁନୀଲ ଏହି ଖବର ପାଇ କିଛି ଅଘଟଣ ଆଶଙ୍କା କରି ଘରକୁ ଆସି ଦେଖିବା ବେଳକୁ ଭାଉଜ ଓ ଦୁଇ ପୁତୁରା, ଝିଆରୀ ମୃତ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକେ ଏହି ହତ୍ୟାକାଣ୍ଡର କାରଣ ଡିପ୍ରେସନ ବୋଲି କହିଛନ୍ତି। ୧୦ ପୃଷ୍ଠାର ଏକ ନୋଟରେ ଡାକ୍ତର ମଧ୍ୟ ପରିବାରକୁ ମାରିବାର କାରଣ ଡିପ୍ରେସନ ବୋଲି ଉଲ୍ଲେଖ କରିଥିଲେ। ତେବେ ଏହି ଖବର ପ୍ରଚାରିତ ହେବା ପରେ ପରିବାରରେ ଦୁଃଖର ପାହାଡ଼ ଛିଡ଼ି ପଡ଼ିଛି। ପୋଲିସ ଏବେ ମାମଲାର ତଦନ୍ତ କରୁଛି। ଯାଞ୍ଚ ପରେ ସବୁ ସତ ପଦାକୁ ଆସିବ ବୋଲି ପୋଲିସ କହିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version