Latest

ଥପ୍ପଡ ଗାର୍ଲଙ୍କଠାରୁ ଖୁବ୍‌ ମାଡ଼ ଖାଇ ଭାଇରାଲ ହୋଇଥିଲା କ୍ୟାବ୍‌ ଡ୍ରାଇଭର ଏବେ ରାଜନୀତିରେ

Posted on

ଲକ୍ଷ୍ନୌ: ୟୁପି ରାଜଧାନୀ ଲକ୍ଷ୍ନୌରେ ଟ୍ରାଫିକ୍‌ ପୋଲିସଙ୍କ ସାମ୍ନାରେ ଥପ୍ପଡ ଗାର୍ଲଙ୍କଠାରୁ ଖୁବ୍‌ ମାଡ଼ ଖାଇଥିବା କ୍ୟାବ୍‌ ଡ୍ରାଇଭର ସଆଦତ ଅଲୀ ରାଜନୀତିରେ ପ୍ରବେଶ କରିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ କ୍ୟାବ୍‌ ଡ୍ରାଇଭର ସଆଦତ ଅଲୀ ଅଖିଳେଶ ଯାଦବଙ୍କ ଚାଚା ଶିବପାଲ ଯାଦବଙ୍କ ପାର୍ଟିରେ ମିଶିଛନ୍ତି। ସେ ନିଜେ ମଧ୍ୟ ଏ ନେଇ ଜଣାଇଛନ୍ତି କି, ସେ ପ୍ରଗତିଶୀଳ ସମାଜବାଦୀ ପାର୍ଟିରେ ମିଶି ସାରିଛନ୍ତି। ପାର୍ଟି ଜଏନ୍‌ କରିବା ପରେ ସଆଦତ ଅଲୀ କହିଛନ୍ତି, ତାଙ୍କ ସହିତ ଯାହା କିଛି ବି ଘଟିଥିଲା, ତାହାକୁ ସେ କେବେ ବି ଭୁଲି ପାରିବେ ନାହିଁ।
ତାଙ୍କ କହିବା ହେଲା, ସେ ରାଜନୀତିକୁ ଏଥିପାଇଁ ମଧ୍ୟ ଆସିଛନ୍ତି କି, ଯେପରି ତାଙ୍କ ଭଳି ପୁରୁଷଙ୍କ ଲଢ଼େଇ ସେ ଲଢ଼ି ପାରିବେ ଓ ସେଭଳି ପୁରୁଷମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ପହଞ୍ଚି ପାରିବେ। ସଆଦତ ଆହୁରି କହିଥିଲେ ଯେ ଦେଶରେ ଖାସ୍‌ କରି ଉତ୍ତର ପ୍ରଦେଶର ଯୁବପିଢ଼ି ଏବଂ ପୁରୁଷଙ୍କ ପାଟିରୁ ମୁଁ ଶବ୍ଦ ଶୁଣିବାକୁ ଚାହୁଁଛି, ଯେପରି ସେମାନଙ୍କ ଆତ୍ମସମ୍ମାନ ରକ୍ଷା ହୋଇ ପାରିବ।
ଯୁବତୀ ଚାପୁଡ଼ା ମାରିବାର ଭିଡିଓ ହୋଇଥିଲା ଭାଇରାଲ

Leave a Reply

Your email address will not be published. Required fields are marked *

Most Popular

Exit mobile version