Latest

ପୋଖରୀରେ ବୁଡ଼ି ବାପ-ଝିଅ ମୃତ

Posted on

ନୂଆପଡ଼ା, (ଓଡ଼ିଶା ଓ୍ବେୟାର): ଝିଅ ପୋଖରୀରେ ଗାଧଉଥିଲା ବେଳେ ଆଡ଼ିରେ ବସିଥିଲେ ବାପା। ଗାଧୋଇବା ବେଳେ ହଠାତ୍‌ ପାଣିରେ ବୁଡ଼ିଗଲା ଝିଅ। ଚିତ୍କାର ଶୁଣି ଝିଅକୁ ଉଦ୍ଧାର କରିବାକୁ ଯାଇଥିବା ବାପା। ହେଲେ କେହି ଫେରିଲେ ନାହିଁ। ହାତ ଧରାଧରି ହୋଇ ବାପା-ଝିଅ ପାଣିରେ ବୁଡ଼ିଗଲେ। ଆଜି ପୂର୍ବାହ୍ନରେ ଏପରି ଘଟଣା ନୂଆପଡା ସଦର ଥାନା ନୂଆପଡା ଏନଏସିର ୮ ନମ୍ବର ୱାର୍ଡ଼ ସାଲେଭଟା ଗାଁରେ ଘଟିଛି।
ଆଜି ଅପରାହ୍ନ ୧୧ଟା ବେଳେ ସାଲେଭଟା ଗାଁର ରୋହିତ ମାଝୀ ନିଜର ୫ ବର୍ଷର ଝିଅ ଦେବୀକାକୁ ଧରି ଗାଁର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଝିଅ ଗାଧଉ ଥିବା ବେଳେ ବୁଡି ଯାଉଥିଲା। ଚିତ୍କାର ଶୁଣି ପୋଖରୀ ହୁଡ଼ାରେ ବସିଥିବା ବାପା ଝିଅକୁ ଉଦ୍ଧାର କରିବାକୁ ଯାଇଥିଲେ। ମାତ୍ର ସେ ମଧ୍ୟ ବୁଡି ଯାଇଥିଲେ।
ସେପଟେ ରୋହିତ ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ଚାରିଆଡ଼େ ଖୋଜି ଥିଲେ। ପରେ ପୋଖରୀ ଆଡ଼ିରେ ଗାମୁଛା ଓ ଚପଲ ଦେଖି ପାଣିରେ ଖୋଜାଖୋଜି କରିଥିଲେ। ପାଣି ଭିତରୁ ବାପ-ଝିଅଙ୍କ ମୃତଦେହ ମିଳିଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version