Latest

ଫିଲ୍ମ ‘୮୩’ କୁ କର ମୁକ୍ତ ଘୋଷଣା କଲେ ଦିଲ୍ଲୀ ସରକାର

Posted on

ନୂଆଦିଲ୍ଲୀ : ଦିଲ୍ଲୀରେ ଫିଲ୍ମ ‘୮୩’ ପାଇଁ କୌଣସି ଟ୍ୟାକ୍ସ ଆଦାୟ କରାଯିବ ନାହିଁ ବୋଲି କେଜରିଓ୍ଵାଲ ସରକାର ଘୋଷଣା କରିଛନ୍ତି। ଭାରତୀୟ କ୍ରିକେଟ୍‌ ଟିମ୍‌ ୧୯୮୩ ମସିହାରେ ବିଶ୍ୱକପ୍‌କୁ ନିଜ ନାଁରେ କରିଥିଲା। ଏଥିରେ କପିଲ ଦେବଙ୍କ ଅଧିନାୟକତ୍ୱ କରିଥିଲେ । ଏହି ଐତିହାସିକ ବିଜୟୀ ଉପରେ କବୀର ଖାନ୍‌ ଏକ ଫିଲ୍ମ ତିଆରି କରିଛନ୍ତି, ଯାହାର ନାଁ ରହିଛି ‘୮୩’। ଡିସେମ୍ବର ୨୪ ତାରିଖରେ ‘୮୩’ ପରଦାକୁ ଆସିବ। ତେବେ ଏହି ଫିଲ୍ମର ରିଲିଜ୍‌କୁ ନେଇ ଦିଲ୍ଲୀ ସରକାର ଏବେ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ଯେ ରଣବୀର ସିଂହଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ‘୮୩’କୁ ଦିଲ୍ଲୀରେ କର ମୁକ୍ତ କରାଯିବ।
ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ୮୩ ଭାରତର ଐତିହାସିକ ୧୯୮୩ କ୍ରିକେଟ୍‌ ବିଶ୍ୱ କପ୍‌ ବିଜୟୀ ଉପରେ ଆଧାରିତ। ଏହି ଫିଲ୍ମରେ ନିଜ ଅଭିନୟ ବିଷୟରେ ଆଲୋଚନା କରିବା ଅବସରରେ ରଣବୀର ସିଂହ କହିଛନ୍ତି, କପିଲ ଦେବଙ୍କ ଭଳି ବ୍ୟାଟିଂ କରିବା ତାଙ୍କ ଜୀବନର ସବୁଠାରୁ କଷ୍ଟକର କାମ ଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version